ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ । ହୃଦଘାତରେ ପ୍ରାଣ ହରାଇଲେ ଚଳଚିତ୍ର ନିର୍ମାତା

743

କନକ ବ୍ୟୁରୋ : ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା କ୍ରିକେଟ ଭାଷ୍ୟକାର ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍ କୌଶଲଙ୍କର ହୃଦଘାତରେ ଦେହାନ୍ତ ହୋଇଛି । ସୂଚନା ମୁତାବକ ଆଜି ଭୋର ୪.୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମନ୍ଦିରା ଓ ରାଜଙ୍କର ବିବାହ ୧୯୯୯ ମସିହାରେ ହୋଇଥିବା ବେଳେ ସେମାନଙ୍କର ୨ ଟି ପିଲା ରହିଛନ୍ତି । କହିରଖୁ କି ମନ୍ଦିରା ଜଣେ ଚଳଚିତ୍ର ଅଭିନେତ୍ରୀ ହୋଇଥିବା ବେଳେ ରାଜ କୌଶଲ ଜଣେ ଚଳଚିତ୍ର ନିର୍ମାତା । ସେ ବଲିଉଡର ଅନେକ ନାମୀଦାମି ଚଳଚିତ୍ର ନର୍ମାଣ କରିଛନ୍ତି । ପ୍ୟାର ମେ କଭି କଭି, ଶାଦୀ କା ଲଡୁ, ମାଇଁ ବ୍ରଦର ନିଖିଲ ଓ ଏନ୍ଥୋନୀ କୋନ ହେ ଭଳି ସିନେମା ନିର୍ମାଣ କରି ସେ ବେସ୍ ଲୋକପ୍ରିୟ ହୋଇପାରିଥିଲେ ।

ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ଚଳଚିତ୍ର ନିର୍ମାତା ଓନିର ରାଜଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି କି, “ବହୁତ କିଛି କରିବାର ଥିଲା, ଖୁବଶୀଘ୍ର ଚାଲିଗଲା” ।

ଆପଣଙ୍କୁ କହିରଖୁ କି ମନ୍ଦିରା ଓ ରାଜଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ବାସ୍ତବରେ ମନ୍ଦିରା ଗୋଟିଏ ପୁଅ ଜନ୍ମ ଦେଇଥିଲେ ଓ ୨୦୨୦ ମସିହାରେ ସେ ଗୋଟିଏ ୪ ବର୍ଷର ଅନାଥ ଝିଅକୁ ପୋସ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ    ।