ଏଠି ଆଳତୀ ପାଇଁ ବନ୍ଦ ହୋଇଯାଏ ଅଜାନ୍, ପଣ୍ଡିତଙ୍କୁ ମୌଲାନା କହନ୍ତି ରାମ-ରାମ ! ସାଂପ୍ରଦାୟିକ ସଦଭାବନାର ଉଦାହରଣ ଦିଅନ୍ତି ଏହି ମନ୍ଦିର ଓ ମସଜିଦ୍

279

ପଂଜାବର ମଲେକୋଟଲା ସହର ସାଂପ୍ରଦାୟିକ ସଦଭାବନାର ଏକ ଉଦାହରଣ । ଏହି ସହରରେ ମନ୍ଦିର ଓ ମସଜିଦ୍ ଗୋଟିଏ କାନ୍ଥ ସହିତ ଜଡିତ । ସହରର ମନ୍ଦିରରେ ଆଳତୀ ପାଇଁ ଅଜାନ ବନ୍ଦ ହୋଇଯାଏ । ଆପୋଷ ଭାଇଚାରାର ଉଦାହରଣ ହେଉଛି, ଏହି ମସଜିଦର ମୌଲାନା ରାମ-ରାମ କହି ଅଭିବାଦନ ଜଣାନ୍ତି ।

ଏହି ସହରରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଓ ଅକ୍ସା ମସଜିଦ୍ ଗୋଟିଏ କାନ୍ଥ ସହିତ ଲାଗି ହୋଇ ରହିଛନ୍ତି । ମସଜିଦ୍ ପରିସରରେ ଲାଗିଥିବା ଗଛରୁ ବେଲ ପତ୍ର ଆଣି ମନ୍ଦିରରେ ଚଢ଼ାଯାଏ । ମସଜିଦର ମୌଲାନା ପ୍ରତିଦିନ ମନ୍ଦିରର ପୂଜାରୀଙ୍କୁ ରାମ-ରାମ କହି ଅଭିବାଦନ ଜଣାନ୍ତି । ଦୀପାବଳୀ ଓ ଇଦରେ ଏଠି ନା କେବଳ ପରସ୍ପର ମଧ୍ୟରେ ମିଠାର ଆଦାନ ପ୍ରଦାନ କରନ୍ତି ବରଂ ମନ୍ଦିର ସୁନିଶ୍ଚିତ କରାଏ କି ରମଜାନ ସମୟରେ ଲୋକଙ୍କୁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ମନ୍ଦିରର ପୂଜକଙ୍କ କହିବାନୁସାରେ, “ଏହି ମାମଲା କିଛି ଅଯୋଧ୍ୟା ଭଳି । କିନ୍ତୁ ଏହା ଶାନ୍ତି ଓ ପ୍ରେମର ଅଯୋଧ୍ୟା । ଏଠାକାର ଶାନ୍ତିକୁ କେହି ଭଙ୍ଗ କରିପାରିବେନି । ନିର୍ବାଚନ ଓ ନେତାଙ୍କ କ’ଣ, ଏମାନେ ଆସନ୍ତି, ଯାଆନ୍ତି । କିନ୍ତୁ ପଡୋଶୀଙ୍କ ସହିତ ତ ସବୁଦିନ ରହିବାର ଅଛି । ପ୍ରତିଦିନ ପରସ୍ପରର ଆବଶ୍ୟକତା ପଡେ ।”