ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ବିସ୍କୁଟ, ସୁପ୍ । ବ୍ରହ୍ମପୁର କୃଷି ମେଳାର ମାଣ୍ଡିଆ ଷ୍ଟଲରେ ଜମୁଛି ଲୋକଙ୍କ ଗହଳି ।

ମିଲେଟ ମିଶନ ଜରିଆରେ ରାଜ୍ୟ ସରକାର ଯୋଗାଉଛନ୍ତି ସହାୟତା

205

କନକ ବ୍ୟୁରୋ: ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ସୁପ୍, ପକୋଡି, ବିସ୍କୁଟ ସହ କ୍ଷୀରି । ଆଉ ଏସବୁ ଖାଇବାକୁ ଜମୁଛି ଲୋକଙ୍କ ଗହଳି । ବ୍ରହ୍ନପୁରରେ ଆୟୋଜିତ କୃଷି ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଏସବୁ ଖାଦ୍ୟର ମଜା ନେବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ସରକାରଙ୍କ ମିଲେଟ ମିଶନ ଜରିଆରେ ବହୁ ଚାଷୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ବି ଏଥିରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ନିତିଦିନିଆ ଜୀବନରେ ଆମେ ଅନେକ ପ୍ରକାର ଖାଦ୍ୟ ଖାଉ । ମାତ୍ର ଏବେର ସମୟରେ ଲୋକେ ନିଜ ସ୍ୱାସ୍ଥ୍ୟପ୍ରତି ମଧ୍ୟ ବେଶ୍ ଯତ୍ନବାନ୍ । କିନ୍ତୁ ଭାବିଲେ ଯଦି ମନ ପସନ୍ଦ ଆଉ ସ୍ୱାସ୍ଥ୍ୟପ୍ରତି ଭଲ ଥିବା ଖାଦ୍ୟ ମିଳିବ ଗୋଟିଏ ସ୍ଥାନରେ ତାହେଲେ କେମିତି ହେବ । ମାଣ୍ଡିଆ କାଫେ,  ଆଜ୍ଞା ହଁ, ଏହି ଖାଦ୍ୟ ସାମଗ୍ରୀ ଆପଣଙ୍କୁ ମିଳିବ ଜିଲ୍ଲାସ୍ତରୀୟ କୃଷି ମେଳାରେ ଲାଗିଥିବା ମାଣ୍ଡିଆ କାଫେରେ । ଏଠି ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ଭଳିକି ଭଳି ସୁସ୍ୱାଦ୍ୟକର ଖାଦ୍ୟ ମିଳୁଛି । ବିରିଆନି, ବରା, ପକୋଡ଼ି, ବିସ୍କୁଟ, କ୍ଷୀରି ଓ ସୁପ ଭଳି ଅନେକ ଖାଦ୍ୟର ମଜା ନେବାକୁ ଜମୁଛି ଲୋକଙ୍କ ଭିଡ ।

ସବୁଠାରୁ ବଡ଼ କଥା ମାଣ୍ଡିଆ ଏବଂ ମାଣ୍ଡିଆରେ ନିର୍ମିତ ସାମଗ୍ରୀର କୌଣସି ସ୍ୱାଦ ନ ଥାଏ ଯୋଉଥିପାଇଁ ଲୋକମାନେ ଏହି ଖାଦ୍ୟକୁ ଖାଇବାକୁ ମନ ବଳେଇ ନ ଥୁଲେ କିନ୍ତୁ ନାନା ପ୍ରକାରର ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟକୁ ଲୋକମାନେ କୃଷି ମେଳାରେ ଦେଖି ତାକୁ ଖାଇବା ସହ ମାଣ୍ଡିଆର ଉପକାରୀତା ବିଷୟରେ ଜାଣିବାକୁ ମନ ବଳାଉଛନ୍ତି । ସାଧାରଣତଃ ଆଗରୁ ଲୋକମାନେ ଏହି ମାଣ୍ଡିଆ ଖାଦ୍ୟକୁ ଏକ ଗରିବ ଶ୍ରେଣୀର ଲୋକଙ୍କ ଖାଦ୍ୟ ବୋଲି ଭାବୁଥିଲେ କିନ୍ତୁ ସରକାରଙ୍କ ମିଲେଟ ମିଶନ ଯୋଜନା ବିଷୟରେ ଜାଣିଲା ପରେ ଯୁବକମାନେ ଖାସ କରି ଗ୍ରାମାଂଚଳରେ ମାଣ୍ଡିଆ ଚାଷ କରି ସେଥିରେ ଅନେକ ସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ୱାବିଲମ୍ବୀ ହୋଇପାରିଛନ୍ତି ।

୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ଆନୁକଲ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଆରମ୍ଭ କରାଯାଇଥିଲା ମିଲେଟ ମିଶନ । ଏବେ ଏହି ଯୋଜନାଁରେ ଚାଷୀଙ୍କ ସହ ଏସଏସଜି ଗୃପର ମହିଳାମାନକୁ ମଧ୍ୟ ସାମିଲ କରାଯାଇଛି । ଏହି ଗ୍ରୁପର ମହିଳାମାନେ ଏମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ରାଜ୍ୟ ସରକାରଙ୍କ ମିଲେଟ ମିଶନ ଅନେକ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ସୃଷ୍ଟି କରିଥିବା ବେଳେ ପ୍ରୋତ୍ସାହନ ମିଳିଲେ ଆଗକୁ ଆହୁରି ଅନେକ ଲୋକ ଏହା ଜରିଆରେ ସ୍ୱାବଲମ୍ବୀ ହୋଇପାରିବେ ।