ମଣ୍ଡିରୁ ଧାନ ନଉଠିବାରୁ ସମ୍ବଲପୁର ବିଜେପି ପକ୍ଷରୁ ରାସ୍ତାରୋକ । ମାଣେଶ୍ୱର ଛକରେ ୨ଘଣ୍ଟିଆ ରାସ୍ତାରୋକ

46

କନକ ବ୍ୟୁରୋ : ଚାଷୀ ସମସ୍ୟା ନେଇ ପୁଣି ଥରେ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ କରିବ ବିଜେପି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ସମସ୍ତ ଜିଲ୍ଲା ମାନଙ୍କରେ ୨ଘଂଟିଆ ଚକାଜାମ୍ ହେବ । ସକାଳ ୧୦ଟରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ମଣ୍ଡି ସମସ୍ୟା ଲାଗି ରହିଥିବାରୁ ଆଜି ମଧ୍ୟ ମଣ୍ଡି ମାନଙ୍କରେ ଲକ୍ଷାଧିକ ଟଙ୍କାର ଧାନ ପଡ଼ି ରହିଛି ।

ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଯୋଗୁଁ ଚାଷୀଙ୍କ ଧାନ ବିକ୍ରିରେ ସମସ୍ୟା ରହିଛି । ଏହାକୁ ନେଇ ବିଜେପି ପକ୍ଷରୁ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର ଗୋଟିଏ ରାସ୍ତା ଦୁଇ ଘଂଟା ଧରି ଚକା ଜାମ୍ କରିବ । ପୂର୍ବରୁ ଜାନୁଆରୀ ୨୧ ତାରିଖରେ ସମ୍ବଲପୁରରେ ବିଜେପି ପକ୍ଷରୁ ବିଶାଳ ସମାବେଶ କରାଯାଇଥିଲା । ଚାଷୀ ସମସ୍ୟା ନେଇ ଆଇଡ଼ିସିଙ୍କୁ ଭେଟିଥିଲା ବିଜେପି । ଆରଡ଼ିସିଙ୍କ ପ୍ରତିଶ୍ରୁତି ପୁରଣ ନହେବାରୁ ପୁଣି ଥରେ ୨୯ ତାରିଖରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ବିଜେପି ।