ଧାନମଣ୍ଡିରେ ଧାନର ମାନ ଯାଂଚ କରୁଛନ୍ତି ପିଅନ୍ ଏବଂ ଡାଟା ଅପରେଟର: ନିଯୁକ୍ତି ପାଇଥିଲେ ମଧ୍ୟ କ୍ୱାଲିଟି ଆନାଲାଇଜରଙ୍କ ଦେଖା ମିଳୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

କେନ୍ଦ୍ରାପଡା ଜିଲ୍ଲାର ଧାନମଣ୍ଡିର ଗ୍ରାଉଣ୍ଡ ଜିରୋ ରିପୋର୍ଟ

90

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ଧାନ ମଣ୍ଡି ଗୁଡିକରେ ଲାଗି ରହିଛି ଅନେକ ଅବ୍ୟବସ୍ଥା । ଏହା ମଧ୍ୟରୁ ଆଜି ଆମେ ଆପଣଙ୍କ ସାମ୍ନାକୁ ଆଣିବୁ ଏକ ବଡ ସମସ୍ୟା । ଯାହାର ଶିକାର ହେଉଛନ୍ତି ଚାଷୀ । ୧୫ ଦିନ ହେବ ମଣ୍ଡି ଖୋଲିଲାଣି , କିନ୍ତୁ ଧାନ ମାପ ନିୟନ୍ତ୍ରକଙ୍କ ଦେଖାନାହିଁ । ତାଙ୍କର କାମ ତୁଲାଉଛନ୍ତି ପିଅନ୍ , ଡାଟା ଏଂଟ୍ରି । ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଗୁଲନଗର ଧାନମଣ୍ଡିର ଚିତ୍ର । ଚାଲିଛି ଧାନର ମାନ ପରୀକ୍ଷା । ଏହା ତ ଠିକ୍ ଅଛି । କିନ୍ତୁ ଧାନର ମାନ ପରୀକ୍ଷା କରୁଛନ୍ତି କିଏ ଜାଣିଲେ ଆପଣଙ୍କ ମଥା ଘୁରିଯିବ । ଧାନର ମାନ ଯାଂଚ କରୁଥିବା ଏହି ବାବୁ ହେଉଛନ୍ତି ଜଣେ ଡାଟା ଏଂଟ୍ରି ଅପରେଟର । ନା ସେ ବିଦ୍ଧିବଦ୍ଧ ଭାବେ ଧାନର ମାନ ଯାଂଚ ପାଇଁ ତାଲିମ ନେଇଛନ୍ତି, ନା ସେଥିପାଇଁ ତାଙ୍କର ନିଯୁକ୍ତି ହୋଇଛି । ଏବେ ପ୍ରଶ୍ନ ଉଠୁଛି ଧାନର ମାନ ଯାଂଚ ପାଇଁ ନିଯୁକ୍ତ ହୋଇଥିବା କ୍ୱାଲିଟି ଆନାଲାଇଜର ଗଲେ କୁଆଡେ ।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରେ ମଣ୍ଡି ଗୁଡିକରେ ଧାନର ମାନ ଯାଂଚ ପାଇଁ ଆରଏମସି ପକ୍ଷରୁ ୧୧୮ ଜଣ କ୍ୱାଲିଟି ଆନାଲାଇଜରଙ୍କୁ ନିଯୁକ୍ତି ମିଳିଛି । ମାସିକ ୮ ହଜାର ଟଙ୍କାର ବେତନ ବି ଦିଆଯାଉଛି । କିନ୍ତୁ ମଣ୍ଡିରେ ସେମାନଙ୍କ ଅନୁପସ୍ଥିତି ଏବେ ସନ୍ଦେହ ସୃଷ୍ଟି କରିଛି ।