କନକ ବ୍ୟୁରୋ : ରାଜ ରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ । ଟ୍ୟାଗ ନଥିବାରୁ ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ । ପଦ୍ମପୁର ଉପଖଣ୍ଡ ବରିକେଲରୁ ସମବାୟ ସମିତିରୁ ଆସିଲା ଧାନ ବିକ୍ରିକୁ ନେଇ ସମସ୍ୟାର ଚିତ୍ର । ବରିକେଲ ଧାନ ମଣ୍ଡିରେ ପ୍ରାୟ ୮ ହଜାର ଧାନ ବସ୍ତା ପଡ଼ି ରହିଥିଲା ଦୀର୍ଘ ଦିନ ଧରି ଚାଷୀ ଧାନ ବିକ୍ରି କରିବାକୁ ଆସୁଥିଲେ ମଧ୍ୟ ବିକ୍ରି କରିପାରୁ ନାହାନ୍ତି । ଟ୍ୟାଗ ନଥିବା କାରଣରୁ ଧାନ ବ୍ରିିକି ହୋଇ ପାରୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଧାନ ବିକ୍ରି ନହୋଇ ପାରି ପଡ଼ି ରହିବାରୁ ଟୋକନ ଉଡ଼ି ଯାଇଛି । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଯାହା ଦ୍ୱାରା ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଛି ।
ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନ କଲେ ଚାଷୀ : ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ଜଣାଇଲେ ପ୍ରତିବାଦ
/kanak/media/post_attachments/wp-content/uploads/2021/01/19-9.jpg)