ଘୋଷଣା ଅନୁଯାୟୀ ସାରା ରାଜ୍ୟରେ ବନ୍ଦ ହେଲା ଧାନ ମଣ୍ଡି : ଆଉ ଧାନ ବିକି ପାରିବେନି ଚାଷୀ 

254

କନକ ବ୍ୟୁରୋ : ରାଜ୍ୟରେ ବନ୍ଦ ହୋଇଗଲା ଧାନ ମଣ୍ଡି । ଆଉ ଧାନ ବିକି ପାରିବେନି ଚାଷୀ । ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ୧୨ ହଜାର ଚାଷୀ ଧାନ ବିକି ପାରିନାହାନ୍ତି । କେବଳ ସେତିକି ନୁହେଁ, ୫ ହଜାର ଟୋକନର ମଧ୍ୟ ଅବଧି ଶେଷ ହୋଇଯାଇଛି । ତେବେ ବିଧାନସଭାରେ ମନ୍ତ୍ରୀ କହିଥିଲେ, ସବୁ ଚାଷୀଙ୍କଠାରୁ ଧାନ କିଣାଯିବ । ଏଥିପାଇଁ ମାର୍ଚ୍ଚ ୩୧ ଯାଏଁ ଅବଧି ବୃଦ୍ଧି କରାଯାଇଥିଲା ।

ଗତକାଲି ଏହି ଅବଧି ଶେଷ ହୋଇଥିଲେ ମଧ୍ୟ ଟୋକନ ପାଇଥିବା ଚାଷୀଙ୍କଠାରୁ ଧାନ କିଣାଯାଇନଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଚାଷୀଙ୍କଠାରୁ ଧାନ କିଣା ଯାଇନଥିବା ସେ ଅଭିଯୋଗ ବାଢିଛନ୍ତି । ତେଣୁ ଏହାର ତଦନ୍ତ ଦାବି କରିଛନ୍ତି ବିଜେପି ବିଧାୟକ । ଅନ୍ୟପକ୍ଷରେ ବିଜେଡି କହିଛି ଏଥର ୧୮ ପ୍ରତିଶତ ଅଧିକ ଧାନ କିଣାଯାଇଛି । ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।