ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ଦିଅର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

321

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ନିଧୁର୍ମ ପିଟିଲା ଦିଅର । ସେହୋର ସହର ଘଟିଛି ନିର୍ମମ ହତ୍ୟା କାଣ୍ଡ । ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ବିଜେପିକୁ ଭୋଟ ଦେଇଥିଲେ । ଯେଉଁଥିରେ ଉ୍ତକ୍ଷିପ୍ତ ହୋଇ ଦିଅର ମାଡ଼ ମାରିଥିଲେ । ସୂଚନା ଅନୁସାରେ ଯେଉଁ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା ସେହିଦିନ ମହିଳା ନିଜ ଝିଅ ସହ ଉତ୍ସବ ମନାଉଥିଲେ । ହଠାତ ଅଭିଯୁକ୍ତ ସେଠାରେ ପହଁଚି ତାଙ୍କୁ ନିଧୁର୍ମ ମାଡ ମାରିଥିଲେ । ତେବେ ପୁଲିସ ତାଙ୍କ ଅଭିଯୋଗ ନଶୁଣିବାରୁ ଶେଷରେ ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦୁଖ ଜଣାଇବା ସହ ନ୍ୟାୟ ଦାବି କରିଛନ୍ତି ପୀଡିତା