କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବାକୁ ଯାଉଛି । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଜନ୍ କି ବାତର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୧୬ ଓ କଂଗ୍ରେସକୁ ୧୧୧ଟି ଆସନ ମିଳିପାରେ । ସେହିଭଳି ଟିଭି-୯ ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୦୬-୧୧୬, କଂଗ୍ରେସକୁ ୧୧୧-୧୨୧ ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ମିଳିପାରେ । ଅନ୍ୟପଟେ ରିପବ୍ଲିକ ଟିଭିର ସର୍ଭେ ରିପୋର୍ଟ ମୁତାବକ ବିଜେପିକୁ ୧୧୮-୧୩୦, କଂଗ୍ରେସକୁ ୯୭-୧୦୭ ଓ ଅନ୍ୟାନ୍ୟ ଦଳଙ୍କୁ ୦୨ଟି ଆସନ ମିଳିପାରେ । ସେହିଭଳି ପୋଲ ଅଫ୍ ପୋଲ୍ସର ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ବିଜେପିକୁ ୧୧୨ ଓ କଂଗ୍ରେସକୁ ୧୧୩ ଟି ଆସନ ମିଳିପାରେ ।