କନକ ବ୍ୟୁରୋ: ସମ୍ବଲପୁରରେ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମାନେଶ୍ୱର ବାବାଙ୍କ ଶିବ ମନ୍ଦିର । ୧୫୬୦-୭୦ ମସିହାରେ ଆଧୁନିକ ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା ଏହି ଶିବ ମନ୍ଦିର । ଏହି ସମୟରେ ସମ୍ବଲପୁରରେ କୌଣସି ଶିବ ମନ୍ଦିର ନଥିଲା । ପୁରାତନ ସମୟ ବା ମାନଧାତା ଅମଳର ମନ୍ଦିର ଭାବରେ ଏହି ମନ୍ଦିରର ସମ୍ମାନ ଓ ଆଦୃତି ରହିଛି । ପୁରାତନ ବା ମାନଧାତା ଅମଳର ହୋଇଥିବାରୁ ଏହାକୁ ମାନଧାତା ମନ୍ଦିର ବୋଲି ବି କୁହାଯାଏ । ଏଠାରେ ପୋଖରୀରେ ଥିବା ବଡ ବଡ କଇଁଛ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ଭକ୍ତମାନେ ରୁଦ୍ରାଭିଷେକ ଓ ଅନ୍ୟାନ୍ୟ ବିଶେଷ ପୂଜା କରିଥାନ୍ତି ।
କିମ୍ବଦନ୍ତୀ ଅନୁସାରେ, ବଳାରମ ଦେବଙ୍କ ନାତି ତଥା ସମ୍ବଲପୁରର ତୃତୀୟ ରାଜା ବଳଭଦ୍ର ଦେବ ଜଣେ ଶିବ ଉପାସକ । ସେ ନିୟମିତ ଭାବରେ ମାନେଶ୍ୱର ମନ୍ଦିରକୁ ଦର୍ଶନ ସକାଶେ ଯାଉଥିଲେ । ହେଲେ ଏକଦା ଲଗାଣ ବର୍ଷା ଯୋଗୁଁ ହରଡ ଜୋରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ବଳଭଦ୍ର ଆଉ ମାନେଶ୍ୱର ମନ୍ଦିରରକୁ ଯାଇପାରିଲେ ନାହିଁ ଆଉ ମନଦୁଃଖରେ ଅଖିଆ ଅପିଆ ଅପେକ୍ଷା କରି ରହିଗଲେ । ସମ୍ବଲପୁର ଦୂର୍ଗର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଏକ ଲିଙ୍ଗ ଆବିର୍ଭୂତ ହୋଇଥିବା ବାବଦରେ ପାତ୍ର ମନ୍ତ୍ରୀଙ୍କଠାରୁ ସୂଚନା ପାଇବା ପରେ ରାଜା ସେଠାରେ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଥିଲେ ଯାହା ସୋମାନାଥ ବା ସୋମେଶ୍ୱର ମନ୍ଦିର ଭାବେ ନାମିତ ହୋଇଥିଲା ।
ତେବେ କ୍ରମାନ୍ୱୟରେ ଏଠାରେ ଗଢିଉଠିଲା ଆଉ ଅନେକ ଶିବାଳୟ । କିନ୍ତୁ ମାନେଶ୍ୱରଙ୍କ ମହତ୍ୱ ତିଳେମାତ୍ର ମଳିନ ପଡିନଥିଲା । ପୂରାତନ ସମୟରେ ତଥା ମାନ୍ଧାତା ଅମଳର ମନ୍ଦିର ଭାବରେ ଏହାର ବେଶ୍ ସମ୍ମାନ ଓ ଆଦୃତି ରହିଛି । ପୂରାତନ ବା ମାନ୍ଧାତା ଅମଳର ହୋଇଥିବାରୁ ଏହା ମାନ୍ଧତା ମନ୍ଦିର ବୋଲି ନାମ ମଧ୍ୟ ରହିଛି । ଏଠାରେ ପୋଖରୀରେ ଥିବା ବୃହଦାକାୟ କଇଁଛ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହାସହ ଏଠାରେ ରୁଦ୍ରାଭିଷେକ ଓ ଅନ୍ୟାନ୍ୟ ବିଶେଷ ପୂଜା କରାଯିବା ସହ ଫଳ ପ୍ରାପ୍ତି ଆଶାରେ ଶହ ଶହ ସଂଖ୍ୟକ ଭକ୍ତ ମହାଦେବଙ୍କ ନିକଟରେ ଅଧିଆ ମଧ୍ୟ ପଡନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/TURTLE_WEB.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-13-at-9.35.45-AM.png)
/kanak/media/post_attachments/wp-content/uploads/2020/01/Screen-Shot-2020-01-13-at-9.36.37-AM.png)