କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନେତା, ବାବୁଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ଲୋକ ପ୍ରତିନିଧି ଓ ସରକାରୀ ଅଫିସର ଦେବେ ସମ୍ପତ୍ତି ତାଲିକା । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମ୍ପତ୍ତି ତାଲିକା ସମସ୍ତେ ପ୍ରଦାନ କରିବେ ।
ତେବେ ଲୋକଙ୍କ ସୂଚନା ପାଇଁ ଏସବୁକୁ ପବ୍ଲିକ ଡୋମେନରେ ରଖାଯିବ । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ନବୀନ ସରକାରରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ଦୁର୍ନୀତି ବିରୋଧରେ ସାଲିସ ବିହୀନ ଲଢେଇ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନେତା କର୍ମୀଙ୍କୁ ମନ୍ତ୍ର ଫୁଙ୍କିଥିବା ବେଳେ ଆଜି ଏହାକୁ କ୍ୟାବିନେଟରେ ପାରିତ କରାଯାଇଛି ।