ବିଦେଶରେ କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ପରେ କଟକଣା ଲଗାଇଲେ ଭାରତ ସରକାର : ୭ଟି ଦେଶରୁ ଫେରିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ସତର୍କ ନଜର ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ରର ଚିଠି

180

କନକ ବ୍ୟୁରୋ : ବିଶ୍ୱରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । ନୂଆ ପ୍ରଜାତି ଦ୍ରୁତ ସଂକ୍ରମଣ ଆଣିପାରେ ବୋଲି ସତର୍କ କରାଇ ଦେଉଛନ୍ତି ବିଶେଷଜ୍ଞ । ତେଣୁ ୭ଟି ଦେଶରୁ ଭାରତ ଆସୁଥିବା ନାଗରିକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରିଛନ୍ତି ଭାରତ ସରକାର । ବିଦେଶରୁ ଆସୁଥିବା ନାଗିରକଙ୍କ ପାଇଁ ଏୟାରପୋର୍ଟରେ ଆରଟିପିସିଆର ଟେଷ୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ବୋଷ୍ଟୱାନ, ଚୀନ, ମରିସସ, ନ୍ୟୁଜିଲାଣ୍ଡ ଓ ଜିମ୍ବୱେରୁ ଆସୁଥିବା ନାଗରିକଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ନୀତି ଆୟୋଗ ସଦସ୍ୟ ଭିକେ ପଲ କହିଛନ୍ତି, କରୋନାର ନୂଆ ଭୂତାଣୁ ବିଦେଶରେ ଠାବ ହୋଇଛି । ତେଣୁ ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣ ସହ କରୋନା କଟକଣାକୁ କଡାକଡି ଭାବେ ଲାଗୁ କରାଯିବ । ସେହିପରି ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, କଲୋମ୍ବିଆରେ କରୋନା ଭୂତାଣୁର ନୂଆ ରୂପ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକ ଅନୁଧ୍ୟାନ କରିବା ପାଇଁ ମ୍ୟୁଟାଂଟ ଅଫ ଇଂଟରେଷ୍ଟ ତାଲିକାରେ ରଖାଯାଇଛି । ତେବେ ବର୍ତମାନ ସୁଦ୍ଧା ଏହା ଦ୍ରୁତ ସଂକ୍ରମଣ କରୁଥିବା ପ୍ରମାଣ ମିଳିନାହିଁ ଏହା ଉପରେ ଅଧିକ ଗବେଷଣା କରାଯାଉଛି । ସେପଟେ ଦ କ୍ଷିଣ ଆଫ୍ରିକାରେ କରୋନାର ମ୍ୟୁଟାଂଟ ଭୁତାଣୁ ଏବେ ବିଶ୍ୱର ୮ଟି ଦେଶକୁ ମାଡିଯାଇଥିବା ସୂୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।