ସୁନା ଗହଣା ଉପରେ ହଲମାର୍କ ବାଧ୍ୟତା ମୂଳକ ହେବା ପରେ ଘରେ ରହିଥିବା ବିନା ହଲମାର୍କ ସୁନାକୁ ନେଇ ଚିନ୍ତାରେ ଲୋକେ । ଜାଣନ୍ତୁ ଏହାକୁ ନେଇ କ’ଣ ରହିଛି ସରକାରଙ୍କ ନିମୟ

944

କନକ ବ୍ୟୁରୋ : ସରକାର ସୁନାର କ୍ରୟ ଓ ବିକ୍ରୟ ଉପରେ ହଲମାର୍କିଂ ବାଧ୍ୟତା ମୂଳକ କରିବା ପରେ ଘରେ ରହିଥିବା ବିନା ହଲମାର୍କ ସୁନା ଗହଣାକୁ ନେଇ ଚିନ୍ତାରେ ଲୋକେ । ଏହାକୁ ବିକ୍ରି କରିବା ଠାରୁ ପୁଣି ସୁନା ବନ୍ଧକ ଋଣ ପର୍ଯ୍ୟନ୍ତ ଏହାକୁ କେମିତି ବ୍ୟବହାର କରିବେ ତାହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ ଦେଖା ଦେଇକ୍ତି । ଏନେଇ ବିନା ହଲମାର୍କ ଗହଣା ଓ ସୁନା ଉପରେ ସରକାର ଏଭଳି କିଛି ନିୟମ ଜାରି କରିଛନ୍ତି ।

କେନ୍ଦ୍ର ସରକାର ସୁନା ଗହଣା ଠାରୁ ପୁଣି ସୁନାର କ୍ରୟ ବିକ୍ରୟ ନେଇ ନୂଆ ଗାଇଡ ଲାଇନ୍ ଜାରି କରିସାରିଛନ୍ତି । ସରକାରଙ୍କ ଗାଇଡ ଲାଇନ ମୁତାବକ ବିନା ହଲମାର୍କରେ ସୁନା ବା ସୁନା ଗହଣା ବିକ୍ରି କରି ପାରିବେ ନାହିଁ ଗହଣା ଦୋକାନୀ । ଏଭଳି ସ୍ଥଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ସେମାନଙ୍କ ନିକଟରେ ଥିବା ସୁନା ଗହଣା ବା ସୁନାକୁ ସେମାନେ କିଭଳି ବିକ୍ରି କରିପାରିବେ । ଏହାସହ ସେମାନେ ଭାବୁଛନ୍ତି କି ବିନା ହଲମାର୍କରେ ଥିବା ଗହଣାକୁ ସେମାନେ କିଭଳି ଭାବେ ହଲମାର୍କିଂ କରିପାରିବେ ।

କହିରଖୁ କି ଭାରତୀୟ ମାନେ ବହୁତ ସୁନା ପ୍ରିୟ । ସେମାନେ ପ୍ରତି ପର୍ବପର୍ବାଣୀ ଓ ବାହାଘର ଆଦିରେ ସୁନା କିଣିବାକୁ ଚେଷ୍ଟା କରିଥାନ୍ତି । ହେଲେ ସରକାର ହଠାତ୍ ସୁନା ହଲମାର୍କିଂ ନିୟମ ଲାଗୁ କରିବା ପରେ ଏହାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ।

ଲୋକ ମାନଙ୍କ ମନରେ ଉଠୁଥିବା ଏଭଳି ପ୍ରଶ୍ନକୁ ନେଇ ସରକାର ସ୍ପଷ୍ଟ କରିଛନ୍ତି କି, ଗହଣା ଦୋକାନୀ ବା ସୁନା ବ୍ୟବସାୟୀମାନେ ଗ୍ରାହକମାନଙ୍କ ଠାରୁ ବିନା ହଲମାର୍କିଂରେ ସୁନା କିମ୍ବା ସୁନାର ଗହଣା କିଣିପାରିବେ । ଅର୍ଥାତ ଲୋକମାନଙ୍କ ପାଖରେ ଥିବା ସୁନା କିମ୍ବା ସୁନା ଗହଣା ବିକ୍ରି କରିବା ବେଳେ ସରକାରଙ୍କ ହଲମାର୍କିଂ ନିୟମ ଲାଗୁ ହେବ ନାହିଁ । ହେଲେ ସାରା ଦେଶର ୨୫୬ ଜିଲ୍ଲାରେ ଜୁନ ୧୬ ତାରିଖ ଠାରୁ ଗହଣା ବ୍ୟବସାୟୀ ମାନେ କେବଳ ହଲମାର୍କିଂ ସୁନା ଗହଣା ବିକ୍ରି କରିପାରିବେ ।

ଅନ୍ୟପଟେ ଗ୍ରାହକମାନଙ୍କ ଠାରୁ ସୁନା ବ୍ୟବସାୟୀ ବା ଗହଣା ଦୋକାନୀ ମାନେ ବିନା ହଲମାର୍କିଂ ସୁନା ବା ସୁନାର ଗହଣା କିଣି ତାକୁ ପୁଣି ନିୟମ ମୁତାବକ ହଲମାର୍କିଂ କରିପାରିବେ ।