ଜନାଦେଶ ୨୦୨୨: କଂଗ୍ରେସର ପରାଜୟ ପରେ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ । କହିଲେ, କାହିଁକି ଖାଲି ରହିଗଲା ‘ହାତ’?

Advertisment
ଜନାଦେଶ ୨୦୨୨: କଂଗ୍ରେସର ପରାଜୟ ପରେ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ । କହିଲେ, କାହିଁକି ଖାଲି ରହିଗଲା ‘ହାତ’?

କନକ ବ୍ୟୁରୋ: ୫ଟି ରାଜ୍ୟର ଫଳାଫଳ ବିଧିବଦ୍ଧ ଭାବେ ସାମ୍ନାକୁ ନଆସିଲେ ବି ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜାବ ବ୍ୟତୀତ ଅନ୍ୟ ୪ ରାଜ୍ୟରେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେପି । ଆଉ ପରାଜୟର ସ୍ୱାଦ ଚାଖିଛି ଦେଶର ପୂରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ପରିଶ୍ରମ କରିଛନ୍ତି ଦଳୀୟ ନେତା ଓ କର୍ମୀ । କିନ୍ତୁ ପରିଶ୍ରମଙ୍କୁ ଭୋଟରେ ପରିବର୍ତ୍ତନ କରିବାରେ ବିଫଳ ହେଲୁ, ଲୋକତନ୍ତ୍ରରେ ଜନମତ ସର୍ବୋପରି ବୋଲି କହି ଫଳାଫଳକୁ ସମ୍ମାନ ଦେଉଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe