କନକ ବ୍ୟୁରୋ: ୫ଟି ରାଜ୍ୟର ଫଳାଫଳ ବିଧିବଦ୍ଧ ଭାବେ ସାମ୍ନାକୁ ନଆସିଲେ ବି ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ପଞ୍ଜାବ ବ୍ୟତୀତ ଅନ୍ୟ ୪ ରାଜ୍ୟରେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେପି । ଆଉ ପରାଜୟର ସ୍ୱାଦ ଚାଖିଛି ଦେଶର ପୂରାତନ ରାଜନୈତିକ ଦଳ ଜାତୀୟ କଂଗ୍ରେସ । ତେବେ ଶୋଚନୀୟ ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ପରିଶ୍ରମ କରିଛନ୍ତି ଦଳୀୟ ନେତା ଓ କର୍ମୀ । କିନ୍ତୁ ପରିଶ୍ରମଙ୍କୁ ଭୋଟରେ ପରିବର୍ତ୍ତନ କରିବାରେ ବିଫଳ ହେଲୁ, ଲୋକତନ୍ତ୍ରରେ ଜନମତ ସର୍ବୋପରି ବୋଲି କହି ଫଳାଫଳକୁ ସମ୍ମାନ ଦେଉଛୁ ।

Advertisment