ମାଓବାଦୀ ନାଁରେ ମନ୍ଦ କାଡ୍ରାକାଙ୍କୁ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ରାୟଗଡା ଜିଲ୍ଲାପାଳ । ଫେକ ଏନକାଉଂଟର ଅଭିଯୋଗରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହେବା ପରେ ମନ୍ଦ କାଡ୍ରାକାଙ୍କ ଗାଁକୁ ଯାଇ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ନିୟମଗିରି ପାର୍ସାଲି ପଂଚାୟତର ଡଙ୍ଗାମାଠି ଗାଁକୁ ଯାଇ ଏନକାଉଂଟର ହୋଇଥିବା ସ୍ଥାନ ବୁଲି ଦେଖିବା ସହ ମନ୍ଦ କାଡ୍ରାକା ଘରକୁ ଯାଇ ତାଙ୍କ ଭାଇଙ୍କୁ ପଚରା ଉଚରା କରିଛନ୍ତି । ବିଶେଷ କରି ମନ୍ଦ କାଡ୍ରାକା ସଂପର୍କରେ, ତାର କାର୍ଯ୍ୟକଳାପ ନେଇ ଗୁଡାଏ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ । ରବିବାର ଦିନ କଲ୍ୟାଣସିଂପୁର ତହସିଲ କାର୍ଯ୍ୟାଳୟରେ ମାମଲାର ଶୁଣାଣି ବେଳେ ଉପସ୍ଥିତ ରହିବାକୁ ମନ୍ଦ କାଡ୍ରାକାଙ୍କ ବଡଭାଇ ଡ୍ରିକା କାଡ୍ରାକାଙ୍କୁ ଲିଖିତ ନୋଟିସ ଦେଇ ଆସିଛନ୍ତି । କଡା ସୁରକ୍ଷା ମଧ୍ୟରେ ଜିଲ୍ଲାପାଳ ଗାଁକୁ ଯାଇ ଛାନଭିନ କରିଛନ୍ତି ।
ମାଓବାଦୀ ନାଁରେ ମନ୍ଦ କାଡ୍ରାକା ହତ୍ୟା ଘଟଣା, ଘଟଣାର ତଦନ୍ତ କଲେ ରାୟଗଡା ଜିଲ୍ଲାପାଳ
/kanak/media/post_attachments/wp-content/uploads/2016/04/Screen-Shot-2016-04-16-at-11.03.51-AM.png)