କନକ ବ୍ୟୁରୋ : ପ୍ରାୟ ଦେଢ ମାସ ପରେ ଗିରଫ ହେଲେ ମୁଖ୍ୟ କାର୍ପଟଦାର ଶର୍ମିଷ୍ଠା ରାଉତ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ପ୍ରାୟ ଦେଢ ମାସ ହେବ ବିବାଦ ଲାଗିରହିଥିଲା । ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିବା, ପରେ ଜଣେ ପରେ ଜଣେ ଗିରଫ ହେବା ଆଉ ଶର୍ମିଷ୍ଠା ରାଉତ ଫେରାର ହେବା, ଆଉ ଆଜି ପୋଲିସ ତାଙ୍କୁ ଗିରଫ କରିବା, ମାମଲାକୁ ଦେଢ ମାସ ବିତିଯାଇଛି । ତେବେ ଆସନ୍ତୁ ଜାଣିବା କେମିତି ଥିବା ପୂରା ଘଟଣାକ୍ରମ
Advertisment
- ୭ ଫେବ୍ରୁଆରୀ ୨୦୨୨ରେ ମାନସଙ୍କୁ ଅପହରଣ କରାଗଲା
- ଚାନ୍ଦବାଲି ପଳାଶପୁର ନିକଟରୁ କରାଯାଇଥିଲା ଅପହରଣ
- ଶର୍ମିଷ୍ଠାଙ୍କ ହ୍ୟୁଣ୍ଡାଇ କାରରେ ଜବରଦସ୍ତ ଅପହରଣ କରାଯାଇଥିଲା
- କାରରେ ମାନସଙ୍କୁ ନିସ୍ତୁକ ମାଡ ମରାଯାଇଥିଲା
- ଅପହରଣ ପୂର୍ବରୁ ଚିପ୍ କୁଆଡେ ଗଲା କହି ମାନସଙ୍କୁ ଚାପୁଡା ମାରିଥିଲେ ଶର୍ମିଷ୍ଠା
- ଅପହରଣ କରି ମାନସଙ୍କୁ ଭୁବନେଶ୍ୱର ଉପକଣ୍ଠ ଦୟାଲ ଆଶ୍ରମକୁ ଅଣାଯାଇଥିଲା
- ଆଶ୍ରମରେ ମଧ୍ୟ ତାଙ୍କୁ ଏକ କୋଠରୀରେ ପୁରାଇ ମାଡ ମରାଯାଇଥିଲା
- ୧୪ ଫେବ୍ରୁଆରୀରେ ମାନସଙ୍କ ପରିବାର ଲୋକ ଚାନ୍ଦବାଲି ଥାନରେ ନିଖୋଜ ଏତଲା ଦେଇଥିଲେ
- ଦୁଇ ଥର ଶର୍ମିଷ୍ଠାଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡି ଦେଇଥିଲା ଚାନ୍ଦବାଲି ପୋଲିସ
- ପ୍ରଥମେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ୧୨ ମାର୍ଚ୍ଚରେ ମାଟି ତଳେ ପୋତା ଯାଇଥିବା ମାନସଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା
- ନୟାଗଡ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟସ୍ଥ ପାହାଡ ତଳୁ ଉଦ୍ଧାର ହୋଇଥିଲା ମାନସଙ୍କ ମୃତଦେହ
- ମାଟିତଳୁ ମାନସଙ୍କ ମୃତଦେହ ମିଳିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଲା
- ହତ୍ୟାକାଣ୍ଡରେ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଲା
- ମାର୍ଚ୍ଚ ୨୧ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗର ତତ୍କାଳୀନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଗିରଫ କରାଗଲା
- ମାର୍ଚ୍ଚ ୨୩ ତାରିଖରେ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ଦିଆଗଲା
- ମାର୍ଚ୍ଚ ୨୮ ତାରିଖରେ ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କଲା
- ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଉଭୟ ଗିରଫ ହେଲେ