ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କୁ ଟାର୍ଗେଟ୍ କଲେ ମାନସ । କହିଲେ, ଟଙ୍କା ଖାଇ ଟିକେଟ୍ ବାଣ୍ଟିଲେ ମୁଁ ପାଟି ଖୋଲିଲି ବୋଲି କାର୍ଯ୍ୟାନୁଷ୍ଠାନ ନେଲେ ।

573

କନକ ବ୍ୟୁରୋ: କଂଗ୍ରେସରୁ ସସପେଣ୍ଡ ପରେ ବର୍ଷିଲେ ମାନସ ଚୌଧୁରୀ । ପ୍ରେସମିଟ୍ କରି ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି ମାନସ । କହିଲେ, ଟଙ୍କା ନେଇ ଟିକେଟ୍ ଟିକେଟ୍ ବାଣ୍ଟିଥିଲେ ନେତା । ସମସ୍ତଙ୍କର ନକଲି ଦସ୍ତଖତ କରି ପାର୍ଟିରୁ ପଇସା ଆଣିଥିଲେ କିନ୍ତୁ କାହାକୁ ଦେଲେନାହିଁ । ମୁଁ କିଛି ପ୍ରାର୍ଥୀଙ୍କ ପାଇଁ ଏମାନଙ୍କ ସହ ଝଗଡ଼ା କରିଛି ଆଉ ଟିକେଟ୍ ଦିଆଯାଇଛି । ସେମାନେ ଦଳ ବିରୋଧୀ କାମ କରିଛନ୍ତି ଆଉ ମୋତେ ସସପେଣ୍ଡ୍ କରାଯାଇଛି । ମୁଁ କଂଗ୍ରେସ ପ୍ରେମୀ କଂଗ୍ରେସ ଦଳରେ ଅଛି, ଖୋଲାଖୋଲି କହୁଛି କଂଗ୍ରେସ ଦଳ କାହାର ବାପାର ନୁହେଁ । କଂଗ୍ରେସ ମୋର ଆଉ କଂଗ୍ରେସ ହେଉଛି ଗାନ୍ଧୀ ପରିବାରର , ଏମାନେ କହିବାକୁ କିଏ? ମୋର ଦଳବିରୋଧୀ କାର୍ଯ୍ୟ ଏତିକି ଯେ ମୁଁ ଲୋକଙ୍କ ପାଇଁ ଲଢ଼ିଲି ଆଉ ଆଗକୁ ମଧ୍ୟ ଲଢ଼ିବି । ମୋତେ କିଛି କାରଣ ଦର୍ଶାଅ ନୋଟିସ୍ ମିଳିନି ବରଂ ନିଜର କଳାକାରନାମାକୁ ଘଣ୍ଟ ଘୋଡ଼ାଇବା ପାଇଁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମାନସ ଚୌଧୁରୀ ।