କନକ ବ୍ୟୁରୋ: ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି କଲେ ବଡ଼ ଖୁଲାସା । ରାଜ୍ୟ ବାହାରେ ଅଛନ୍ତି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ଯେଉଁ ଦୁଇଟି ଟିମ୍ ଭଦ୍ରକ, ଭୁବନେଶ୍ୱର ଓ ନୟାଗଡ଼ରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ଗୋଟିଏ ଟିମ୍ ନିୟୋଜିତ ହେବ । ଶର୍ମିଷ୍ଠା ରାଜ୍ୟ ବାହାରେ ଥିବାରୁ ଏକ ଟିମ୍ ରାଜ୍ୟ ବାହାରକୁ ଯିବ । ତଦନ୍ତ ପରେ ହିଁ ଅଧିକ ତଥ୍ୟ ଦିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।