କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ଚକମା ଦେଇ ଫେରାର ଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ମହିଳା ସହଯୋଗୀ ପୁଲିସ ହାତରେ ଧରାପଡିଛନ୍ତି । ଭଦ୍ରକ ନଳାଙ୍ଗ ଠାରୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଓ ଭଦ୍ରକ ପୁଲିସ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଶର୍ମିଷ୍ଠା ଗିରଫ ପରେ ମାନସ ସ୍ୱାଇଁ ହତ୍ୟା ମାମଲାରୁ ପରଦା ହଟିବ ବୋଲି ଆଶା କରାଯାଉଛି । କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣି ଚିପରେ କଣ ଥିଲା, ମାନସକୁ କାହିଁକି ଓ କେମିତି ହତ୍ୟା ସେବୁର ରହସ୍ୟ ଭେଦ କରିବାକୁ ଉଦ୍ୟମ କରିବ ।
ମହଙ୍ଗା ପଡିଲା କ୍ରାଇମବ୍ରାଞ୍ଚ ସହ ଲୁଚକାଳି ଖେଳ । ବନ୍ଧା ହେଲେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ । କିଛି ଦିନ ହେବ ପୁଲିସକୁ ଚକମା ଦେଇ ଫେରାର ଥିବା, ଶର୍ମିଷ୍ଠା ରାଉତ ଆଉ ଖସି ପାରି ନାହାଁନ୍ତି । ଶେଷରେ ଧରାପଡିଛନ୍ତି । ଭଦ୍ରକ ପୁଲିିସ ଓ କ୍ରାଇମବ୍ରାଂଚର ମିଳିତ ଟିମ୍ ଶର୍ମିଷ୍ଠାଙ୍କୁ ଗିରଫ କରିଛନ୍ତି । ଉଭୟଙ୍କୁ ଭଦ୍ରକର ନଳାଙ୍ଗଙ୍କ ଠାରୁ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି ।
ଗିରଫ କରିବା ପରେ ଶର୍ମିଷ୍ଠା ଓ ଝୁନାଙ୍କୁ ପ୍ରଥମେ ତିହିଡି ଥାନାକୁ ନିଆଯାଇଥିଲା । ଥାନାରେ ଉଭୟଙ୍କୁ ମାରାଥନ ଜେରା କରିଥିଲେ ତଦନ୍ତକାରୀ ଟିମ୍ । ଗିରଫ ପରର ଆସିଥିବା ଫଟୋରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଶର୍ମିଷ୍ଠା ପୁଲିିସ ସମ୍ମୁଖରେ କିଛି ନଜାଣିଲା ଭଳି ବସିଛନ୍ତିି । ତାପରେ ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନାକୁ ଆଣିବା ସହ ମେଡିକାଲ ଯାଂଚ କରାଯାଇଥିଲା ଓ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଂଚ ।
ସାରାରାଜ୍ୟରେ ଚହଳ ସୃଷ୍ଟି କରିଥିବା ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣି ଅସମାହିତ ପ୍ରଶ୍ନର ଉତର ଖୋଜିବା ପାଇଁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ରିମାଣ୍ଡରେ ଆଣି ଅଲଗା ଅଲଗା ପଚରାଉଚୁରା କରିପାରେ କ୍ରାଇମବ୍ରାଞ୍ଚ ଟିମ । ମୁହାଁମୁହିଁ ବି ଜେରା କରିପାରେ । କେବଳ ଏତିକି ନୁହେଁ ମୃତ୍ୟୁର ଗୁମର ଖୋଲିବା ପାଇଁ ସେମାନଙ୍କର ପଲିଗ୍ରାଫ ଟେଷ୍ଟ ବି କରାଯାଇପାରେ ।
ନଜର ପକାନ୍ତୁ ଶର୍ମିଷ୍ଠାଙ୍କଠାରୁ କଣ ଜାଣିବାକୁ ଚାହିଁବ ତଦନ୍ତକାରୀ ଟିମ୍..
- ମାନସଙ୍କୁ ସେମାନେ କେମିତି, କେଉଁଠି ଓ କାହିଁକି ହତ୍ୟାକଲେ?
- ମାନସଙ୍କ ପାଖରେ ଥିବା ଚିପରେ କେଉଁ ଭିଡିଓ ଥିଲା?
- ହତ୍ୟା ଘଟଣାରେ ନିରଞ୍ଜନ ସେଠୀଙ୍କ ଭୂମିକା କଣ ଥିଲା?
- ମାନସଙ୍କୁ ମାରିବାରେ କିଏ ତାଙ୍କୁ ସହଯୋଗ କରିଥିଲେ?