ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସମ୍ପର୍କ) ଭାବେ ଦାୟିତ୍ୱ ନେଲେ ମାନସ ମଙ୍ଗରାଜ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମନ୍ତ୍ର ଆଧାରରେ କାର୍ଯ୍ୟ କରାଯିବ ।

ଦାୟିତ୍ୱ ଗ୍ରହଣ କରିବା ଅବସରରେ ମାନସ ମଙ୍ଗରାଜ ବିଭଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ସେ ନିଜେ ଯତ୍ନବାନ ହେବା ସଙ୍ଗେ ସଙ୍ଗେ ଏଥିପାଇଁ ଅଧିକାରୀମାନଙ୍କ ସହଯୋଗ ଲୋଡ଼ଛନ୍ତି ।

106

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଓ ଲୋକସମ୍ପର୍କ) ଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ । ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଦାୟିତ୍ୱ ଗ୍ରହଣ ପତ୍ର ପଠାଇବା ପରେ ତୁରନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମାନସ  । ତେବେ ଦାୟିତ ନେବା ପରେ ମାନସ ମଙ୍ଗରାଜ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମନ୍ତ୍ରକୁ ନେଇ ସମସ୍ତ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବି ।

ସବୁଠାରୁ ବଡ଼ କଥା ହେଲା କି, ପଂଚମ ଥର ପାଇଁ ରାଜ୍ୟରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଜନହିତକାରୀ ଯୋଜନା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ଆହୁରି ଲୋକାଭିମୁଖୀ କରିବା ପାଇଁ ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନସ ମଙ୍ଗରାଜଙ୍କୁ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ରାଷ୍ଟ୍ରପାହ୍ୟା ପ୍ରଦାନ କରି ନିଯୁକ୍ତି ଦେଇଥିଲେ । ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ସାମ୍ବାଦିକଙ୍କ ସମସ୍ୟା ଓ ଗଣମାଧ୍ୟମ ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେବା ସହ  ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ସୁପରିଚାଳନା ପାଇଁ ସଂକଳ୍ପ କରିଛନ୍ତି ।

ଅନ୍ୟପଟେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ମାନସ ମଙ୍ଗରାଜ ବିଭଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ସେ ନିଜେ ଯତ୍ନବାନ ହେବା ସଙ୍ଗେ ସଙ୍ଗେ ଏଥିପାଇଁ ଅଧିକାରୀମାନଙ୍କ ସହଯୋଗ ଲୋଡ଼ିଛନ୍ତି । ଏପରିକି ଅଗାମୀ ଦିନରେ ଗଣମାଧ୍ୟମ ଓ ଲୋକ ସମ୍ପର୍କ ବିଭାଗ, ସମ୍ବାଦ ପତ୍ର ଏବଂ ସମସ୍ତ ସରକାରୀ ବିଭାଗ ସହ କିଭଳି ସମନ୍ୱୟ ରକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ‘୫-ମନ୍ତ୍ର’ ଆଧାରରେ କାର୍ଯ୍ୟ କରାଯିବ , ସେନେଇ ଦିଆଯିବ ବୋଲି ମାନସ ମଙ୍ଗରାଜ କହିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ ଅସରରେ ମାନସ ମଙ୍ଗରାଜଙ୍କୁ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର , ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜ ସେଠୀ , ଡଃ. ଲେନିନ୍ ମହାନ୍ତି , ଯୁଗ୍ମ ନିର୍ଦ୍ଦେଶକ ବିପିନି ବିହାରୀ ବାରିକଙ୍କ ସହ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ।