ହଟିଲେ ସୁଲତା ଦେଓ । ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ମୁଖ୍ୟ ସଚେତକ । ସୁଲତାଙ୍କୁ ଅଚାନକ ପଦରୁ ହଟାଯିବାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା
କନକ ବ୍ୟୁରୋ: ବିଜୁ ଜନତା ଦଳ ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଭାବେ ନିଯୁକ୍ତି କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପକ୍ରାଶ ଦାସ ଏହି ନୋଟିସ ଜାରି କରିଛନ୍ତି । ଅର୍ଥାତ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଥିବା ସାଂସଦ ସୁଲତା ଦେଓଙ୍କୁ ଦଳ ପକ୍ଷରୁ ହଟାଇ ଦିଆଯାଇଛି । ଆଉ ତାଙ୍କ ସ୍ଥାନରେ ସାଂସଦ ମାନସ ମଙ୍ଗରାଜଙ୍କୁ ସେହି ଦାୟିତ୍ୱ ଦିଆଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
- ସୁଲତା ହଟିଲେ, ମାନସ ଆସିଲେ
- ମାନସ ହେଲେ ବିଜେଡି ରାଜ୍ୟସଭା ମୁଖ୍ୟ ସଚେତକ
ସୁଲତାଙ୍କୁ ଅଚାନକ ରାଜ୍ୟସଭା ମୁଖ୍ୟ ସଚେତକ ପଦରୁ ହଟାଯିବାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏହି ଚର୍ଚ୍ଚା ଭିତରେ, ସାଂସଦ ସୁଲତା ଦେଓ, ସାଂସଦ ମାନସ ମଂଗରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ସୁଲତା ଦେଓ ପୋଷ୍ଟ କରି ଲେଖିଛନ୍ତି, ରାଜ୍ୟସଭାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଥିବାରୁ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଅନେକ ଅନେକ ଅଭିନନ୍ଦନ । ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ପରି ଜଣେ ସାଧାରଣ ମହିଳାଙ୍କୁ ରାଜ୍ୟସଭାକୁ ମନୋନୀତ କରି ମୁଖ୍ୟ ସଚେତକ ହେବାର ସୁଯୋଗ ଦେଇଥିବାରୁ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କିନ୍ତୁ ସୁଲତା ଦେଓଙ୍କୁ ପଦରୁ ହଟାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
ଗତ ବର୍ଷ ଜୁଲାଇ ମାସରେ ସୁଲତା ଦେଓଙ୍କୁ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ସେବେଠାରୁ ରାଜ୍ୟସଭାରେ ବିଜେଡିର ମହିଳା ପ୍ରତିନିଧି ବନିଥିଲେ ସୁଲତା । କିନ୍ତୁ ଏବେ ତାଙ୍କୁ ଅଚାନକ ପଦରୁ ହଟାଯିବା ଚର୍ଚ୍ଚାର ବିଷୟ ହୋଇଛି ।