ଜେଲ ଗଲେ ବାପ-ପୁଅ । କୋର୍ଟରେ ହାଜର ହେବା ପରେ ଖୋର୍ଦ୍ଧା ସବଜେଲକୁ ଗଲେ ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ।

234

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଗୁୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଆଜି ପୋଲିସ ଗିରଫ କରିବା ପରେ ଦୁହିଁଙ୍କୁ ଏବେ ଜେଲକୁ ପଠାଇ ଦିଆଯାଇଛି । ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମିଳିଥିବା ତାଜା ସୂଚନା ମୁତାବକ ଦୁହିଁଙ୍କୁ ଏବେ ଖୋର୍ଦ୍ଧା ସବଜେଲକୁ ପଠାଇ ଦିଆଯାଇଥିବାବେଳେ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିନାହିଁ । ତେବେ ଦୁଇ ବାପ-ପୁଅଙ୍କୁ ୧୪ ଦିନ ଅବଧି ପାଇଁ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳୁଛି ।

ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ କରିବା ପରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଅଗଷ୍ଟ ୩ରେ ସଙ୍ଗଠିତ ହୋଇଥିବା ଏକ ହତ୍ୟା ଘଟଣାର ପ୍ରଚ୍ଛଦ ପଟର ଚେହେରା ଥିଲେ  ମାନସ ଦାସ । ହତ୍ୟା ମାମଲାରେ ଘଟଣା ଘଟିବାର ଦିନକ ଭିତରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲାର ପଛରେ ଥିବା ବ୍ୟକ୍ତିଙ୍କ ନିକଟରେ ପୋଲିସ ପହଞ୍ଚି ପାରିନଥିଲା । ଏହାରି ଭିତରେ ଏକ ଭାଇରାଲ ଭିଡିଓରେ ବାପା, ପୁଅଙ୍କୁ ନିସ୍ତୁକ ମାଡ ମାରିବା ମାମଲାରେ ମାନସ ଦାସ ଓ ମନୋରଞ୍ଜନ ଦାସ ପ୍ରଥମ ଥର ପାଇଁ ବିବାଦ ଘେରକୁ ଆସିଥିଲେ ଆଉ ଉଭୟଙ୍କ ବିରୋଧରେ ଅଭିଯୋଗ ଲମ୍ବି ଚାଲିଥିଲା । ହତ୍ୟା ମାମଲାର ଠିକ୍ ମାସେ ପରେ ଗୁରୁଜୀ ବାପା, ପୁଅଙ୍କୁ ପୋଲିସ ଗିରଫ କରିଥିଲା ।