ମାନବାଦ ସଂଗଠନ ମୁଖ୍ୟଙ୍କ ରାଜନୈତିକ ମହଲରେ ହେଉଥିଲା ଖାତିରଦାରୀ । ଅନେକ ନେତା ଆଶାର୍ବାଦ ନେଉଥିଲେ, ପ୍ରଶଂସା କରୁଥିଲେ

128

କନକ ବ୍ୟୁରୋ: ଯେଉଁ ବ୍ୟକ୍ତିର ଇଶାରାରେ ବୃଦ୍ଧ ବାପା ଓ ପୁଅକୁ ଏଭଳି ନିର୍ଯାତନା ଦିଆଯାଇପାରେ, ସେହି ବ୍ୟକ୍ତି ଆଗରେ ବଡ ବଡ ନେତା, ବିଧାୟକ, ସାଂସଦ ମୁଣ୍ଡ ନୁଆଁନ୍ତି ଏକଥା ବୋଧ ହୁଏ ସମସ୍ତେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ମାନବବାଦ ନାମକ ସଙ୍ଗଠନ ଚଳାଇ ଖୋର୍ଦ୍ଧା ବେଗୁନିଆ ଅଚଂଳରେ ଆତଙ୍କରାଜ କରୁଥିବା ମାନସ ଦାସକୁ ନେତା କେମିତି ମୁଣ୍ଡରେ ବସାନ୍ତି ତାର ପ୍ରମାଣ ଏବେ ଘୁରି ବୁଲୁଛି ।

ଏକ ସଭାରେ ମାନସ ଦାସର ଭୁରି ଭୁରି ପ୍ରସଂଶା କରୁଥିଲେ ପ୍ରସନ୍ନ ପାଟ୍ଟଶାଣୀ । ବେଗୁନିଆରେ ଗୁଣ୍ଡାଗିରି କରୁଥିବା ଏହି ବ୍ୟକ୍ତି ପୃଥିବୀର ସବୁଠୁ ଶ୍ରେଷ୍ଠ ଗୁରୁ ବୋଲି କହିଥିଲେ ପାଟ୍ଟଶାଣୀ । ଦେଖନ୍ତୁ ଏବେ କଣ କହୁଛନ୍ତିି ।

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ମଧ୍ୟ ମାନସ ଦାସକୁ ମୁଣ୍ଡିଆ ମାରିବା ଘଟଣା ସୋଶିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ ନନ୍ଦ ।
ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ ବି ହାଜର ହେଉଛନ୍ତିି ଏହି ଠକ ଗୁରୁଜୀଙ୍କ ଦରବାରରେ । ମାନଓ ଦାସର ଗୋଡ ଛୂୁଇଁ ମୁଣ୍ଡିଆ ମାରୁଛନ୍ତି । ଏସବୁ ଦୃଶ୍ୟରୁ ଆପଣ ଅନୁମାନ କରିପାରୁଥିବେ, କାହିଁକି ଏତେ ଅଭିଯୋଗ ପରେ ବି ତା ବିରୋଧରେ କୌଣସି ପଦକ୍ଷେପ ନେଇ ପାରୁ ନାହିଁ ପୋଲିସ ।