ଅପହରଣର ୪୦ ଦିନ ପରେ ଘରକୁ ଫେରିଲେ ମାନସ ! ବଖାଣିଲେ ପୂରା କିଡନାପର କାହାଣୀ

ଅପହରଣର ୪୦ ଦିନ ପରେ ଘରକୁ ଫେରିଲେ ମାନସ ! ବଖାଣିଲେ ପୂରା କିଡନାପର କାହାଣୀ

image courtesy-http://images.jagran.com

କନକ ବ୍ୟୁରୋ : ଡାକ୍ତର ମାନସ ଦାସଙ୍କୁ ଅପହରଣ ଘଟଣାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ୪୦ ଦିନ ପରେ, ସୁରକ୍ଷିତ ଭାବରେ ମାନସ ନିଜ ଭୁବନେଶ୍ୱର ସ୍ଥିତ ବାସଭବନକୁ ଫେରିଛନ୍ତି । ପାଟନା ସହର ନିକଟବର୍ତ୍ତୀ ଅଞ୍ଚଳରୁ ପୁଲିସ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଥିବା ତାଙ୍କ ସ୍ତ୍ରୀ ହନି ଦତ୍ତ ସୂଚନା ଦେଇଛନ୍ତି। ଏନେଇ ପାଟନା ପୁଲିସ କମିସନରେଟ୍ ପୁଲସକୁ ଖବର ଦେଇଥିବା ଡିସିପି ସତ୍ୟବ୍ରତ ଭୋଇ ମଧ୍ୟ ସୂଚନା ଦେଇଛନ୍ତି । ହେଲେ ଏହାରି ଭିତରେ ଗୁଡାଏ ପ୍ରଶ୍ନ ଛିଡା ହୋଇଛି । ଯେଉଁଠି ମାନସଙ୍କ ମୁଣ୍ଡ ଜାମିନ ବାବଦକୁ କୋଟି କୋଟି ଟଙ୍କା ଅପହରଣକାରୀମାନେ ମାଗୁଥିଲେ । ସେମାନେ କେଉଁ ସର୍ତ ଏବଂ କେତେ ଟଙ୍କା ନେଇ ମାନସଙ୍କୁ ସୁରକ୍ଷିତ ଭାବରେ ଛାଡି ଦେଲେ, ତାହା ସବୁଠାରୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି  ।ତେବେ ବିହାରରୁ ଅପହରଣ ହୋଇଥିବା ମାନସ ଭୁବନେଶ୍ୱରରେ ପଂହଚିବା ପରେ ଅପହରଣର ପୂରା କାହାଣୀ ବଖାଣିଥିଲେ ।

1ଜଣେ ପଶୁ ଚିକିତ୍ସକ ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ମାନସ ଝାଡ଼ଖଣ୍ଡରେ ଜଣେ ସଫଳ ବ୍ୟବସାୟୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଗତ ଅଗଷ୍ଟ ମାସ ୨୩ ତାରିଖରେ ମାନସ ଝାଡ଼ଖଣ୍ଡ ଗିରିଡିହ ଅଞ୍ଚଳରୁ ନିଜ ମର୍ସିଡିଜ କାର୍ ଯୋଗେ ଭୁବନେଶ୍ୱର ଫେରୁଥିବାବେଳେ ଧାନବାଦରୁ ୨୫ କିଲୋମିଟର ପୂର୍ବରୁ ଜାତୀୟ ରାଜପଥରେ ତାଙ୍କୁ କିଛିଜଣ ପୋଲିସ ପୋଷାକ ପିନ୍ଧିଥିବା ବ୍ୟକ୍ତି ଅଟକାଇଥିଲେ । ଏହାସହ ତାଙ୍କୁ ନିଜ ଗାଡିରଖି ଉପରିସ୍ଥ ଅଧିକାରୀଙ୍କୁ ଦେଖା କରିବାକୁ କହିଥିଲେ ।ସେ ପୋଲିସ ଗାଡି ଭିତରକୁ ଯିବା ପରେ ସେଠାରେ ଅନ୍ୟ ଦୁଇଜଣ ପୋଲିସ ପୋଷକରେ ଏବଂ ଅନ୍ୟ ଜଣେ ସାଧା ପୋଷାକରେ ବସିଥିଲେ ।

ସେ ନକ୍ସଲଙ୍କୁ ଟଙ୍କା ଦେଉଥିବା ଅଭିଯୋଗ ରହିଛି ବୋଲି ପୋଲିସ ପୋଷାକଧାରୀ ବ୍ୟକ୍ତି କହିଥିଲେ । ତେଣୁ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ଯିବାକୁ ପଡିବ ବୋଲି କୁହାଯାଇଥିଲା । ଏହାସହ ତାଙ୍କ ଫୋନ, ଟଙ୍କା ସବୁକିଛି ଛଡାଇ ନିଆ ଯାଇଥିଲା ଏବଂ ଆଖିରେ ଏକ କଳାପଟି ବାନ୍ଧି ଦିଆଯାଇଥିଲା । ଦୀର୍ଘ ୪ ଘଣ୍ଟା ପରେ ତାଙ୍କୁ ଅପହରଣ କରାଯାଇଛି ବୋଲି ପୋଲିସ ପୋଷାକଧାରୀ ବ୍ୟକ୍ତି ମାନେ କହିଥିଲେ । ଏହାପରେ ତାଙ୍କୁ ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା । ତେବେ ଅପହରଣକାରୀ ମାନେ ପଇସା ପାଇଁ ତାଙ୍କୁ କିଡନାପ କରିଥିବା କହିଥିଲେ ।ପଇସା ମିଳିଗଲେ ତାଙ୍କୁ ଛାଡି ଦିଆଯିବ ବୋଲି କହିଥିଲେ । କିନ୍ତୁ ତା ପୂର୍ବରୁ କୌଣସି ଚାଲାକି ନ କରିବାକୁ ତାଙ୍କୁ କୁହାଯାଇଥିଲା ନଚେତ ତାଙ୍କୁ ମାରି ଦିଆଯିବ ବଲେି ଧମକ ଦେଇଥିଲେ । ଏହାସହ ତାଙ୍କଠାରୁ ପରିବାର ଓ ସାଙ୍ଗସାଥୀଙ୍କ ନମ୍ବର ନେଇଥିଲେ ଯେଉଁମାନେ ତାଙ୍କ ଡିମାଣ୍ଡ ପୂରଣ କରି ପାରିବେ ।

odiya-businessmanଅପହରଣର ତୃତୀୟ ଦିନ ଅପହରଣକାରୀ ତାଙ୍କୁ କହିଥିଲେ ଯେ, ତାଙ୍କର କୌଣସି ଅସୁବିଧା କରାଯିବ ନାହିଁ । କେବଳ ତାଙ୍କର ଡିମାଣ୍ଡ ପୂରଣ ହେବା ପରେ ତାଙ୍କୁ ସୁରକ୍ଷିତ ଭାବେ ଛାଡି ଦିଆଯିବ । ଠିକ୍ ସେଇଆ ହିଁ ହେଲା । ଅପହରଣର ୪୦ ଦିନ ପରେ ତାଙ୍କୁ ମୁକ୍ତ ହୋଇଥିଲେ ମାନସ । କିନ୍ତୁ ଅପହରଣକାରୀଙ୍କ ନିକଟରୁ ତାଙ୍କୁ କିଏ ମୁକଳାଇଲା କିମ୍ବା ଏଥିପାଇଁ କେତେଟଙ୍କା ଦିଆଯାଇଛି ସେନେଇ ଟିକିଏ ବି ଟେର ପାଇନଥିଲେ ମାନସ । ତାଙ୍କ କହିବା ଅନୁଯାୟୀ, ତାଙ୍କୁ ମୁକଳାଇବାକୁ ପ୍ରାୟ ୫ କୋଟି ଟଙ୍କାର କାରବାର ହୋଇଥାଇପାରେ । କିନ୍ତୁ ଏହା ସତ କି ମିଛ ତାହା ସେ ସେ ଠିକରେ ଜାଣନ୍ତି ନାହିଁ ।

ଏପରିକି ପରିବାର ଲୋକ ମଧ୍ୟ ଏନେଇ କୌଣସି ମୁହଁ ଖୋଲୁନାହାନ୍ତି । ମୁହଁ ନ ଖୋଲିବା ପାଇଁ ପରିବାର ଉପରେ ଚାପ ପଡିଛି କି ? ମାନସଙ୍କୁ ମୁକଳାଇବାକୁ କେତେଟଙ୍କା କାରବାର ହୋଇଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । କିନ୍ତୁ ମାନସ କହିଛନ୍ତି ପରିବାର ଲୋକଙ୍କ କହିବା ଅନୁଯାୟୀ, ଗଣମାଧ୍ୟମରେ ଏହି ଖବରର ପ୍ରସାରଣ ଓ ପୋଲିସର ତତ୍ପରତା ଯୋଗୁଁ ତାଙ୍କୁ ଅପହରଣକାରୀ ମାନେ ଛାଡି ଦେଇଛନ୍ତି । ତେବେ ଏହି ଅପହରଣ ସମ୍ପୂର୍ଣ୍ଣ ଭାବରେ ଅର୍ଥ ପାଇଁ କରାଯାଇଥିବା ପୁଲିସ କହିଛି। ମାନସଙ୍କୁ ପଚରାଉଚୁରା ପରେ ଏନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଗିରିଡିହ ପୁଲିସର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe