ଆଜି ପୁଣି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରଥଯାତ୍ରା ହେବ ନା ନାହିଁ ସେ ବାବଦରେ ହେବ ଆଲୋଚନା; ସେପଟେ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଦଇତାପତି ନିଯୋଗର ଦାବି

257

କନକ ବ୍ୟୁରୋ: ଆଜି ବସିବ ଶ୍ରମନ୍ଦିର ପରିଚାଳନ କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ପରିଚାଳନା କମିଟିର ସଦସ୍ୟ ଯୋଗଦେବେ । ଭିଡିଓ କନଫରେନ୍ସିଂ ଜରିଆରେ ହେବ ଆଲୋଚନା । ବୈଠକରେ ରଥଯାତ୍ରା ସମ୍ପର୍କରେ ଆଲୋଚନା ହୋଇପାରେ । ମେ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ସରକାରଙ୍କ ପରବର୍ତି ନିର୍ଦ୍ଦେଶାବଳୀ ଅନୁଯାୟୀ ରଥଯାତ୍ରା ସମ୍ପର୍କୀତ ନିଷ୍ପତି ନିଆଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗଜପତି ।

ହେଲେ, ଲକଡାଉନ ଅବଧି ବୃଦ୍ଧି ପରେ ଏବେ ରଥଯାତ୍ରା ହେବ କି ନାହିଁ ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ତେବେ ପୁରୀ ଜିଲ୍ଲା ଗ୍ରୀନ ଜୋନରେ ରହିଥିବାରୁ କଟକଣା ଭିତରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ ପରିଚାଳନା କମିଟିର ସଦସ୍ୟ ତଥା ବରିଷ୍ଠ ସେବାୟତ । ତେବେ ବୈଠକରେ କଣ ନିଷ୍ପତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ଆଜି ଅପରାହ୍ନରେ ପରିଚାଳନା କମିଟି ବୈଠକ ବସିବାକୁ ଥିବାବେଳେ ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଦାବି କରିଛି ଦଇତାପତି ନିଯୋଗ । ନିଯୋଗ କହିଛି, ପୁରୀ ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣରେ କୌଣସି ସମସ୍ୟା ନାହିଁ ।