କନକ ବ୍ୟୁରୋ: ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ନୀଳାଦ୍ରି ଭକ୍ତ ନିବାସ ପରିସରରେ ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ପରିଚାଳନା କମିଟି ସଦସ୍ୟ ମାନେ ଉପସ୍ଥିତ ରହିଛନ୍ତି । ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ନେଇ ଏହି ବୈଠକରେ ଆଲୋଚନା କରାଯାଉଛି । ଦେବସ୍ନାନ ପୂର୍ଣ୍ଣିମାରେ ସମସ୍ତ ଅନୁମୋଦିତ ସେବକ ଓ ଶ୍ରୀମନ୍ଦିର କର୍ମଚାରୀ କିପରି ନୀତି ନିୟମ ପାଳନ କରିବେ ତାହା ଉପରେ ଧ୍ୟାନ ଦିଆଯିବ । ଅବରୋଧମୁକ୍ତ ଦର୍ଶନ, ପହଣ୍ଡି କର୍ଡନରେ କେବଳ ଏହି ଅନୁମୋଦିତ ସେବାୟତ ମାନେ ନିୟୋଜିତ ରହିବେ । ସ୍ନାନ ପୂର୍ଣ୍ଣିମା ଦିନ ଭକ୍ତ ମାନେ କିପରି ଶ୍ରୀଜିଉ ମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଏନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଉଛି ।

Advertisment