କନକ ବ୍ୟୁରୋ : ଖ୍ୟାତନାମା ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇ.ଆଇ.ଏମ ର ପ୍ରାକ୍ତନ ପ୍ରଫେସର ତଥା ଅନ୍ତର୍ଜାତୀକ ଖ୍ୟାତିସମ୍ପର୍ଣ୍ଣ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଅଖିଳ ଭାରତୀୟ ମ୍ୟାନେଜମେଣ୍ଟ ଆସୋସିଏସନର କାଉନସିଲ ଅଫ୍ ମ୍ୟାନେଜମେଣ୍ଟ ବୋର୍ଡର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସେ ଦୁଇଥର ଆମେରିକାର ଏକ୍ରେଡିଟେସନ କାଉନସିଲ ଫର ବିଜନେଓ ସ୍କୁଲ ଆଣ୍ଡ ପ୍ରୋଗ୍ରାମସର ଦକ୍ଷିଣ ପୂର୍ବ ଏସିଆ ମହାଦେଶର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
ପ୍ରଫେସର ପଟ୍ଟନାୟକ ଏହି ପଦବୀରେ ଆଗାମୀ ଦୁଇବର୍ଷ ଧରି କାର୍ଯ୍ୟ କରିବେ । ପ୍ରକାଶ ଥାଉ କି, ସେ ଆଇଆଇଏମ୍ ଲକ୍ଷେ୍ନø, ଇନ୍ଦୋର ଏବଂ ମୁମ୍ବାଇର ଜଣେ ବରିଷ୍ଠ ମାନବ ସମ୍ବଳ ବିକାଶ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି । ସେ ୨୭ ଖଣ୍ଡ ମ୍ୟାନେଜମେଣ୍ଟ ପୁସ୍ତକର ଲେଖକ ଏବଂ ତାଙ୍କର ୧୦୬ ଖଣ୍ଡ ଗବେଷଣାତ୍ମକ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ପୂର୍ବରୁ ପ୍ରଫେସର ପଟ୍ଟନାୟକ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ମନୋନୀତି ସଦସ୍ୟ ଭାବେ ଗୁରୁ ଘାଷିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଚାଳନା ବୋର୍ଡରେ କାର୍ଯ୍ୟ କରିଛନ୍ତି ।
ପ୍ରଫେସର ପଟ୍ଟନାୟକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଦେୱାଙ୍ଗ ମେହତା ଶ୍ରେଷ୍ଠ ମ୍ୟାନେଜମେଣ୍ଟ ପ୍ରଫେସର ପୁରସ୍କାର ଏବଂ ବିଶ୍ୱ ମାନବ ସମ୍ବଳ କଂଗ୍ରେସ ଦ୍ୱାରା ଜୀବନବ୍ୟାପି ସାଧନା ପୁରସ୍କାର ପାଇଛନ୍ତି । ପ୍ରକାଶ ଥାଉକି, ପ୍ରଫେସର ପଟ୍ଟନାୟକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଏକ୍ରେଡିଟେସନ କାଉନସିଲ ଫର ବିଜନେଓ ସ୍କୁଲ ଆଣ୍ଡ ପ୍ରୋଗ୍ରାମ୍ସ ୨୦୧୬ ମସିହାରେ ଟିଚିଂ ଏକ୍ସସେଲେସନ୍ସ ଆୱାର୍ଡରେ ସମ୍ମାନିତ କରିଛି ।
ପ୍ରଫେସର ପଟ୍ଟନାୟକ ଭାରତୀୟ ରିଜର୍ଭ ବ୍ୟାଙ୍କର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କ ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇ ଓଡିଶା ଫେରି ଆସି ଆଇ ଆଇ ଏମ ଢାଞ୍ଚାରେ ଏସିଆନ ସ୍କୁଲ ଅଫ୍ ବିଜନେଓ ମ୍ୟାନେଜମେଣ୍ଟ ସ୍ଥାପନା କରିଥିଲେ । ଯାହା କି, ଏବେ ଏଏସବିଏମ୍ ବିଶ୍ୱବିଦ୍ୟାଳୟ ଭାବେ ରାଜ୍ୟ ସରକାରଙ୍କ ମାନ୍ୟତା ପାଇଛି ।