କନକ ବ୍ୟୁରୋ: ଜୁଲାଇ ୧ ତାରିଖରୁ ରାଜ୍ୟରେ ଖୋଲିବ ଇଂଜିନିୟରିଂ ଓ ପ୍ରଫେସନାଲ ଏଜୁକେଶନାଲ କଲେଜ । ସେହିପରି ଅଗଷ୍ଟ ୧ରୁ ଆରମ୍ଭ ହେବ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପଠାପଢା । ଏନେଇ ଅଲଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେଶନ ବିଜ୍ଞପ୍ତି ପ୍ରକାଶ କରିଛି । ଏହା ସହ ସବୁ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ଗୁଡିକର ବୈଷୟିକ ଶିକ୍ଷା ବିଭାଗ ଲାଗି ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିଛି ଅଲଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେଶନ ।

Advertisment

କରୋନା ଲାଗି ଶିକ୍ଷାବର୍ଷ ପ୍ରଭାବିତ ହୋଇଥିବା ବେଳେ କିଛି ପରୀକ୍ଷା ବାକି ରହିଛି । ଶେଷ ସେମିଷ୍ଟାର ପରୀକ୍ଷାକୁ ବାଦ୍ ଦେଇ ଅନ୍ୟ ପରୀକ୍ଷା ନକରାଇ ଇଂଟରନାଲ୍ କ୍ଲାସ୍ ଏକଜାମ୍ ପ୍ରଦର୍ଶନକୁ ଦେଖି କ୍ଲାସ୍ ପ୍ରମୋସନ ଦେଇପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି । ଏହା ସହିତ ଚଳିତ ବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ଫି ବୃଦ୍ଧି ନକରିବା ଲାଗି ମଧ୍ୟ କୁହାଯାଇଛି ।