ଓଡ଼ିଶା ଶିଖାଇବ ବିପର୍ଯ୍ୟୟ ପରିଚାଳନା ପାଠ : ଭୁବନେଶ୍ୱରରେ ୯ରାଜ୍ୟ ଓ ୪କେନ୍ଦ୍ରଶାସିତ ଅଂଚଳର ଅଧିକାରୀ

ଗୋପବନ୍ଧୁ ଏକାଡେମୀରେ ୩ ଦିନ ଚାଲିବ ତାଲିମ; ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହ ଜିରୋ କାଜୁଆଲିଟି ପାଇଁ ପ୍ରଶଂସା ସାଉଁଟିଛି ଓଡ଼ିଶା

52

କନକ ବ୍ୟୁରୋ : ପ୍ରାକୃତିକ ବିପର୍ଯୟ ମୁକାବିଲାରେ ଓଡ଼ିଶା ରୋଲ ମଡ଼େଲ । ଓଙ୍ଗ଼ିଶାର ମଡ଼େଲକୁ ଆପଣେଇଲେ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ । ଆଜିଠାରୁ ୩ ଦିନ ଧରି ଗୋପବନ୍ଧୁ ଏଳାଡ଼େମୀରେ ବିପର୍ଯୟ ମୁକାବିଲା ନେଇ କର୍ମଶାଳାର ଆୟେଜନ ହେଉଛି । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲ ବାହାଦୁର ଶସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡ଼େମୀ ।

ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ମହାରାଷ୍ଟ୍ର ଆଦି ୯ଟି ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଂଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଓଡ଼ିଶା ଠାରୁ ଏନେଇ ଶିକ୍ଷା ନେବେ । ଗତ ୯ ବର୍ଷ ଭିତରେ ଓଡ଼ିଶା ୮ଟି ବାତ୍ୟା ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲିଟିରେ ସଫଳ ହୋଇଛି ଓଡ଼ିଶା । ଏଥିପାଇଁ ରାଜ୍ୟକୁ ଜାତିସଂଘ ପ୍ରଶଂସା କରିଛି । କୋଣାର୍କର ରାମଚଣ୍ଡରେ ବିପର୍ଯୟ ମୁକାବିଲାର ବାସ୍ତବ ଶିକ୍ଷା ଦିଆଯିବ । ଓସଡ଼ମା ପକ୍ଷରୁ ପାଣିରୁ ଉଦ୍ଧାର, ଯାନ୍ତ୍ରୀକ ଡ଼ଙ୍ଗା ଦ୍ୱାରା ଲୋକଙ୍କୁ ସ୍ଥାନାନ୍ତର, ରାସ୍ତା ସଫା ପାଇଁ ଗଛ କଙ୍କା ଏବଂ ଶାରୀରିକ ଶକ୍ଷା ଦିଆଯିବ ।

ଫାଇଲିନ, ହୁଡ୍‌ହୁଡ୍‌, ତିତ୍‌ଲି, ଫନି, ବୁଲ୍‌ବୁଲ୍‌, ଅମ୍ପାନ, ୟସ୍‌, ଆଉ ଏବେ ଗୁଲାବ । ଗତ ୯ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା । ଏଥିପାଇଁ ରାଜ୍ୟକୁ ଜାତିସଂଘ ପ୍ରଶଂସା କରିଛି ।