ଗାଁରୁ ବିତାଡିତ ହୋଇଥିବା ୬ ପରିବାରକୁ ଭେଟିଲା ପୋଲିସ ଟିମ୍ : ମାନସ ଦାସର ସଂଗଠନରେ ସାମିଲ ନହେବାରୁ ଗାଁରୁ ତଡି ଦିଆଯାଇଥିବା ରହିଛି ଅଭିଯୋଗ

ଖୋର୍ଦ୍ଧା ଏସଡିପିଓ ଓ ସଦର ଥାନା ଅଧିକାରୀ ପରିବାର ଲୋକଙ୍କୁ ଭେଟି କଲେ ଆଲୋଚନା

167

କନକ ବ୍ୟୁରୋ : ମାନସ ଦାସର ସଂଗଠନରେ ସାମିଲ ନହେବାରୁ ଗାଁରୁ ବିତାଡିତ ହୋଇଥିବା ୬ ପରିବାରକୁ ଭେଟିଲା ପୋଲିସ ଟିମ୍ । ଖୋର୍ଦ୍ଧା ସଦର ଡାଲତୋଳା ଗାଁରେ ପହଂଚି ପରିବାର ଲୋକଙ୍କୁ ଭେଟିଛନ୍ତି । ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର, ସଦର ଥାନା ଅଧିକାରୀ ଅନିତା ସାହୁ ସମେତ ୫ ଜଣିଆ ଟିମ୍ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ପରିବାର ୭ ବର୍ଷ ତଳେ ଏକ ଗୋଷ୍ଠୀ ସଂଘର୍ଷରେ ଅଭିଯୁକ୍ତ ହୋଇ ଗାଁରୁ ଅଲଗା ହୋଇ ଡାଲତୋଳା ଛଣିଆ ବଜାର ମୁଖ୍ୟ ରାସ୍ତାରେ ରହୁଛନ୍ତି । ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ୱର ପ୍ରଧାନ ଓ ଭୀମ ପ୍ରଧାନଙ୍କ ପରିବାର ଗାଁ ବାହାରେ ରହୁଛନ୍ତି । ମାନବବାଦ ସଂଗଠନର ଆଇନ ଅନୁସାରେ ଯିଏ ସଂଗଠନରେ ସାମିଲ ନହେବ, ଏଭଳି କଷ୍ଟ ଭୋଗିବାକୁ ପଡିବ ବୋଲି ପୀଡ଼ିତ ପରିବାର ଅଭିଯୋଗ କରିଥିଲେ ।