ଲମ୍ବା ଅଭିଯୋଗ ପରେ ମୁହଁ ଖୋଲିଲେ ମାନସ ଦାସ । କହିଲେ, ଆସିଥିବା ଅଭିଯୋଗର ଆଇନ ଅନୁଯାୟୀ ମୁକାବିଲା କରିବି

310

କନକ ବ୍ୟୁରୋ : ମାନସ ଦାସ ଇସାରାରେ କିଛି ଲୋକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ତାର ଗିରଫଦାରୀ ଦାବି ହେଉଛି । ପେଶାରେ ଜଣେ ଆଇନଜୀବୀ ହୋଇଥିବାରୁ ଆଜି ଖୋର୍ଦ୍ଧା କୋର୍ଟ ପରିସରରେ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ତାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ମାନସ ଦାସ କହିଛନ୍ତି ତାଙ୍କର ମାନବବାଦୀ ସଂଗଠନ ଓଡ଼ିଶା ବାହାରେ ଆସାମ ଯାଏଁ ମଧ୍ୟ ସକ୍ରିୟ ରହିଛି । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସେ ଆଇନ ଅନୁଯାୟୀ ମୁକାବିଲା କରିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ମାନସ ଦାସର ଗିରଫ ଦାବି କରି ଏକାଠି ହୋଇଛନ୍ତି ଶତାଧିକ ଲୋକ । ବିଭିନ୍ନ ସଂଗଠନ ପକ୍ଷରୁ ଖୋର୍ଦ୍ଧା ଏସ୍ପିଙ୍କ ଅଫିସରେ ଦାବି ପତ୍ର ଦିଆଯାଇଛି । ହିନ୍ଦୁଜାଗରଣ ମଂଚ ପକ୍ଷରୁ ଏସ୍ପି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାନସ ଦାସର ଗିରଫ ଦାବି କରି ସଂଗଠନର ସଦସ୍ୟମାନେ ନାରା ଦେଇଛନ୍ତି । ମାନସ ଧର୍ମାନ୍ତିକରଣ କରୁଥିବା ଅଭିଯୋଗ କରିଛି ହିନ୍ଦୁ ଜାଗରଣ ମଂଚ । ମାନବବାଦୀ ସଂଗଠନ ଜରିଆରେ ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ନୀରିହ ଆଦିବାସୀଙ୍କ ଉପରେ ମାନସ ଦାସର ଇସାରାରେ ଅକଥନୀୟ ଅତ୍ୟାଚାର ହେଉଥିବା ଅଭିଯୋଗ ସବୁ ଆସିବାରେ ଲାଗିଛି । ମାନସର ସାରଥୀ ଷ୍ଟାଇଲରେ ପ୍ରବଚନ, ନେତାଙ୍କ ଗହଣରେ ତାର ପତିଆରାର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି ।