କନକ ବ୍ୟୁରୋ: ଆମ ପୁଅକୁ ନ୍ୟାୟ ଦିଅ । ପୁଅକୁ ମାରିଦେଲ, ଆମକୁ ହଇରାଣ କରନି । ନ୍ୟାୟ ପାଇଁ ନେହୁରା ହେଲେ ଆଦିତ୍ୟଙ୍କ ବାପାମାଆ । ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମିଷ୍ଟ୍ରିରୁ ଏଯାଏଁ ହଟୁନି ରହସ୍ୟ । ହତ୍ୟା ନା ଆତ୍ମହତ୍ୟା ଏ ପ୍ରଶ୍ନ ଉପରୁ ପରଦା ଉଠୁନଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଶୀଥିଳ ଥିବା ଅଭିଯୋଗ ହୋଇଛି । ଆଉ ଠିକ ଏତିକି ବେଳେ କିଛି ଯୁବକ ପରିବାର ଉପରେ ମାନସିକ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ଆଦିତ୍ୟଙ୍କ ବାପାମାଆ ।

Advertisment

ସୋସିଆଲ ମିଡିଆରେ ବାରମ୍ବାର ଲାଇଭ ଆସି, ଘନଘନ ମିଛ ଖବର ପୋଷ୍ଟ କରି ଆଦିତ୍ୟଙ୍କ ବାପାମାଆଙ୍କୁ ବଦନାମ କରୁଛନ୍ତି । ଏମିତିକି ପୁଅ ମୃତ୍ୟୁ ପରେ ସେମାନେ ଖାଇବାକୁ ପାଉନଥିବା, ଘର ଭଡା, ଲାଇନ ବିଲ ଦେଇ ପାରୁନଥିବା ଭଳି ଖବର କରି ଲୋକହସା କରୁଥିବା କାନ୍ଦି କାନ୍ଦି କହିଛନ୍ତି ମାନବପ୍ରେମୀଙ୍କ ମାଆବାପା ।

ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏଯାଏ ଜଣାପଡିନଥିବା ବେଳେ ତାଙ୍କ ବାପାମାଆଙ୍କ ପରିସ୍ଥିତି ନେଇ ମିଛ ଖବରରୁ କ୍ଷାନ୍ତ ରୁହନ୍ତୁ ବୋଲି ସେମାନେ ହାତଯୋଡି ନେହୁରା ହୋଇଛନ୍ତି ।