ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ… ସାମ୍ନାକୁ ଆସିଲା ଆଦିତ୍ୟଙ୍କ ସୁଇସାଇଡ ନୋଟ୍ । ହାତ ଲେଖା ଡାଏରୀରେ ମୃତ୍ୟୁ ପଛର କାହାଣୀ ଲେଖିଛନ୍ତି ଆଦିତ୍ୟ । ‘ମୋର ଏତିକି ଦିନ ଆୟୁଷ ଥିଲା, ମୋ ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ…’

13,971

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଆଦିତ୍ୟ ଦାସଙ୍କ ସୁଇସାଇଡ ନୋଟ୍ । ମାନବପ୍ରେମୀ ଆଦିତ୍ୟଙ୍କ ହାତ ଲେଖା ଡାଏରୀରେ ରହିଛି ମୃତ୍ୟୁ ପଛର କାହାଣୀ । ଡାଏରୀରେ ଆଦିତ୍ୟ ଦାସ ଲେଖିଛନ୍ତି ମୃତ୍ୟୁ ପାଇଁ କେହି ଦାୟୀ ରହିବେ ନାହିଁ, ଏତିକି ଦିନ ମୋର ଆୟୁଷ ଥିଲା । ଶେଷ ଲେଖାରେ ମା-ବାପା, ପତ୍ନୀ ଓ ବନ୍ଧୁକୁ ମନେ ପକାଇଛନ୍ତି ଆଦିତ୍ୟ ଦାଶ ।
ତେବେ ବଡ କଥା ହେଉଛି ଆତ୍ମହତ୍ୟା ନେଇ ଯେତେବେଳେ ତନାଘନା ଜାରି ରହିଛି ଠିକ ସେତିକି ବେଳେ ସାମ୍ନାକୁ ଆସିଛି ଆଦିତ୍ୟଙ୍କ ଆତ୍ମହତ୍ୟା ସତ । ସୁଇସାଇଡ ନୋଟର ପ୍ରଥମ ଭାଗରେ ଆଦିତ୍ୟ ବାପାମାଆଙ୍କ କଥା କହିଛନ୍ତି । ୨ୟ ଫର୍ଦ୍ଦରେ ବୃଦ୍ଧାଶ୍ରମ କଥା ଉଲ୍ଲେଖ କରିଛନ୍ତି ଏବଂ ୩ୟ ଫର୍ଦ୍ଦରେ ନିଜ ପ୍ରିୟ ପତ୍ନୀଙ୍କ କଥା ଉଲ୍ଲେଖ କରିଛନ୍ତି ।

ନିଜ ସ୍ତ୍ରୀ ବାବଦରେ ଆଦିତ୍ୟ ଶେଷ ଡାଏରୀରେ ଲେଖିଛନ୍ତି କି ଶ୍ରୀ ତୁମେ ବହୁତ ଭଲ । ତମକୁ ମୋର ବହୁତ ଭଲପାଇବା । ଉପରେ ରହି ମୁଁ ତୁମକୁ ମିସ କରିବି । ତେବେ ନିଜ ପେସା ଓ ସମାଜ ସେବା କଥା ମଧ୍ୟ ସୁଇସାଇଡ ନୋଟରେ ଲେଖିଛନ୍ତି ଆଦିତ୍ୟ । ‘ବହୁତ କିଛି ଦେଶ ପାଇଁ କରିବାର ଥିଲା । ଇଚ୍ଛା ଇଚ୍ଛାରେ ରହିଗଲା । ଏ ଦେଶର ଯୁବକମାନଙ୍କୁ କହିବି ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଶକ୍ତିଶାଳୀ କରି ନଗଢିଲେ ସେ ତୁମର ବଞ୍ଚିବା ମୁସକିଲ କରିଦେବେ । ଓଡିଶାରୁ ମଦ ବନ୍ଦ ହୋଇଗଲେ ମୋ ଆତ୍ମକୁ ଚିର ଶାନ୍ତି ମିଳିବ…’

ତେବେ ଟ୍ରେନ ଲାଇନରେ ଆଦିତ୍ୟଙ୍କ ମୃତଦେହ ମିଳିବା ପରେ ସନ୍ଦେହ ବଢିଥିଲା । ସେ ମାନସିକ ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି କି ତାଙ୍କୁ ହତ୍ୟା ହୋଇଛି ସେନେଇ ତନାଘନା ଚାଲିଥିବା ବେଳେ ନିଜ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ଆଦିତ୍ୟ ସୁଇସାଇଡ ନୋଟରେ ଲେଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.