କନକ ବ୍ୟୁରୋ: ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଶୁଣାଣି ହୋଇଛି । ସିବିଆଇ ତଦନ୍ତ ନେଇ ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ କ୍ରାଇମବ୍ରାଂଚକୁ ଏକ ମାସଲ ମହଲତ ଦେଇଛନ୍ତି । ଏଥିସହ ଏକ ମାସ ଭିତରେ କ୍ରାଇମବ୍ରାଂଚ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରିବା ପାଇଁ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଏହି ମାମଲାର ପରବର୍ତି ଶୁଣାଣି ଆସନ୍ତା ମାସରେ ହେବ ।
ହାଇକୋର୍ଟରେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି: ମାସେ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ଯାଇଥିଲେ ଆଦିତ୍ୟଙ୍କ ପତ୍ନୀ
/kanak/media/post_attachments/wp-content/uploads/2020/09/2-15.jpg)