ଜୁଆରେ ଜିତିଲେ ୩୩ କୋଟି ! କିଛି ମୁହୂର୍ତ୍ତ ବଦଳାଇ ଦେଲା ଯୁବକଙ୍କ ଭାଗ୍ୟ ।

56

କଥାରେ ଅଛି ‘ଭଗବାନ ଦେତା ହେ ତୋ ଛପର ଫାଡ କେ ଦେତା ହେ’ । ମଣିଷ ଜୀବନରେ ବିଭିନ୍ନ ସମୟରେ ଦୁଃଖ ଲାଗି ରହିଥାଏ । କିନ୍ତୁ ଏମିତି ବି ସମୟ ଆସେ ଯେଉଁଥିରେ ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଯାଏ । ଦୁଃଖରେ ବଞ୍ଚୁଥିବା ମଣିଷ ହଠାତ ଖୁସିରେ ବଞ୍ଚିବା ଆରମ୍ଭ କରେ । ଏପରିକି କେତେଜଣ ସ୍ୱାର୍ଥପର ମଣିଷ ମଧ୍ୟ ରହିଛନ୍ତି ଯେଉଁମାନେ ଟିକିଏ ଖୁସି ପାଇଲେ ନିଜ ଆପଣାର ଲୋକମାନଙ୍କୁ ମଧ୍ୟ ପର କରିଦେଇଥାନ୍ତି । ଏସବୁର ମୂଳ କାରଣ ହେଉଛି ଟଙ୍କା ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ନିୟୁର୍କ ସିଟିରେ । ଜୁଆ ଖେଳି ଜଣେ ଯୁବକ ୩୩ କୋଟି ଟଙ୍କା ଜିତି ନେଇଛନ୍ତି । ଏହା ସହ ସମ୍ପୃକ୍ତ ଯୁବକଙ୍କ ପ୍ରେମିକା ଜସ୍ମିନ ଅଭିଯୋଗ କରିଛନ୍ତି ଯେ, ଟଙ୍କା ଜିତିବା ପରେ ଯୁବକ ଜଣଙ୍କ ତାଙ୍କୁ ପର କରିଦେଇଛନ୍ତି । ମହିଳାଙ୍କ କହିବା କଥା ୩୩ କୋଟି ଟଙ୍କା ଜିତିବା ପରେ ସମ୍ପୃକ୍ତ ଯୁବକଜଣଙ୍କ ନିଜ ବ୍ୟାଗରେ ଟଙ୍କା ରଖିଥିଲେ । ଆଉ ଏହା ପରେ ସେ ସମ୍ପୃର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲେ । ଏବଂ ନିଜ ପ୍ରେମିକାଙ୍କୁ ଛାଡି ଅନ୍ୟ ଝିଅ ମାନଙ୍କ ପାଖକୁ ଯିବାକୁ ଆରମ୍ଭ କରିଦେଇଥିଲେ ।

ଜସ୍ମିନ କହିଛନ୍ତି ଯେ, ଜୁଆ ଖେଲିବା ପୂର୍ବରୁ ଦୁଇ ଜଣ ନିଜ ଭିତରେ ଟଙ୍କା ବାଣ୍ଟିବା ନେଇ ରାଜି ହୋଇଥିଲେ । ଏହା ସହ ମହିଳାଙ୍କ ନାମରେ ଥିବା କାର୍ଡରେ ହିଁ ଦୁଇ ଜଣ ଜୁଆ ଖେଳୁଥିଲେ । କିନ୍ତୁ ସେଦିନ ଥିଲା ଟିକେ ନିଆରା । ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ୩୩ କୋଟି ଟଙ୍କା ଜିତିଯାଇଥିଲେ । ଜସ୍ମିନ କହିଛନ୍ତି ସେ ନିଜ ପ୍ରେମିକଙ୍କ ସହ ମିଶିବା ପୂର୍ବରୁ ଆଗରୁ କେବେହେଲେ ମଧ୍ୟ ଜୁଆ ଖେଳିନଥିଲେ । ପ୍ରଥମେ ପ୍ରଥମେ ସେ ନିଜ ପ୍ରେମିକଙ୍କ ପାଖରେ ରହି ଜୁଆ ଖେଳ ଦେଖୁଥିଲେ । ଏବଂ ପରେ ପରେ ସେ ମଧ୍ୟ ଏଥିରେ ସାମିଲ ହୋଇଯାଇଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୧ ବର୍ଷୀୟା ଜସ୍ମିନ ଜେଂଗ କହିଛନ୍ତି ଯେ, ସେ ନିଜ ପ୍ରେମିକଙ୍କ ସହ ଗତ ଜାନୁଆରୀ ମାସରେ ଆଣ୍ଟଲାଟିକା ସିଟି ଯାଇଥିଲେ । ଏବଂ ସେଠାରେ ଜୁଆ ଖେଳିଥିଲେ । ସେ କହିଛନ୍ତି ତାଙ୍କ ପ୍ରେମିକ ସବୁବେଳେ ଜୁଆ ଖେଳୁଥିଲା ଏବଂ ପ୍ରତ୍ୟେକ ଥର ଜୁଆରେ ହାରି ଯାଉଥିଲା । କିନ୍ତୁ ଜସ୍ମିନ ତାଙ୍କ ସହ ଜୁଆ ଖେଳିବାରୁ ସେ ଜିତିବା ଆରମ୍ଭ କରିଥିଲା । ଏବଂ ୩୩ କୋଟି ଟଙ୍କା ଜିତିବା ପରେ ସେ ତାଙ୍କୁ ଅଲଗା କରିଦେଇଥିଲା । ଏନେଇ ଜସ୍ମିନ ନିଜ ପ୍ରେମିକଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ତେବେ ସୂଚନା ଅନୁଯାୟୀ, ଆମେରିକାର ନ୍ୟୁ ଜର୍ସିରେ ଜୁଆ ଖେଳ ଆଇନ ସମ୍ମତ ଅଟେ ।