କିଏ ଏହି ବ୍ୟକ୍ତି? ଯାହାଙ୍କ ନାକ ଦୁନିଆରେ ସବୁଠାରୁ ବଡ: ଗିନିଜ ବୁକରେ ବି କରିଛନ୍ତି ରେକର୍ଡ

119

କନକ ବ୍ୟୁରୋ: ଦୁନିଆରେ ଏମିତି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ ନାକ ବିଶ୍ୱରେ ଥିବା ସମସ୍ତ ଲୋକଙ୍କ ନାକଠାରୁ ବଡ । ଆଉ ସବୁଠାରୁ ବଡ ନାକ ଥିବାରୁ ଏହି ବ୍ୟକ୍ତିଙ୍କ ନାଁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ତୁର୍କୀର ୭୧ ବର୍ଷିୟ ମେହମତ ଓଜିୟୁରେକ ।

ଦ ସନ ୟୁକେ ଅନୁସାରେ ମେହମତ ଓଜିୟୁରେକ ଏକମାତ୍ର ଜୀବିତ ବ୍ୟକ୍ତି ଯାହାଙ୍କ ନାକ ୮.୮ ସେଣ୍ଟିମିଟର ଲମ୍ବା । ୨୦୧୦ ମସିହାରେ ତାଙ୍କ ଲମ୍ବା ନାକ ଯୋଗୁଁ ସେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ । ଯାହାଙ୍କୁ ଆଜି ଯାଏଁ କେହି ବି ଭାଙ୍ଗି ପାରିନାହାନ୍ତି । ତାଙ୍କ କହିବାନୁସାରେ ଏବେ ବି ତାଙ୍କ ନାକ ବଡ ହେଉଛି ।

ଓଜିୟୁରେକ ନିଜ ରେକର୍ଡ ଘଟଣାକୁ ମନେ ପକାଇ ଟ୍ୱିଟ କରିଛନ୍ତି । ବର୍ତ୍ତମାନ ଓଜିୟୁରେକଙ୍କ ନାକ ସବୁଠାରୁ ବଡ, ହେଲେ ଇତିହାସରେ ସବୁଠାର ବଡ ନାକ ଥିବା ବ୍ୟକ୍ତି ହେଉଛନ୍ତି ୟୁକେର ଥୋମାସ ବେଡର୍ସ । ୧୮ ଦଶକରେ ଥୋମାସଙ୍କ ନାକ ଅବିଶ୍ୱସନୀୟ ଭାବେ ୧୯ ସେଣ୍ଟିମିଟର ଲମ୍ବା ରହିଥିଲା ।