ବିଶ୍ୱର ସବୁଠୁ ବଡ ପରିବାର: ଘର ମୁରବୀଙ୍କର ୧୦ ସ୍ତ୍ରୀ, ୯୮ ସନ୍ତାନ, ୫୬୮ ନାତିନାତୁଣୀ

1,116

କନକ ବ୍ୟୁରୋ: ନିକଟରେ ଆପଣ ଦେଶର ସବୁଡୁ ବଡ ପରିବାର କଥା ଖବରରେ ଜାଣିବାକୁ ପାଇଥିବେ । ଏହାଥିଲା ମହାରାଷ୍ଟ୍ର ସୋଲାପୁରରେ ଥିବା ଜଣେ ବ୍ୟବସାୟୀଙ୍କର ୭୨ ଜଣିଆ ପରିବାର ।ଏବେ ବିଶ୍ୱର ସବୁଠାରୁ ବଡ ପରିବାର କଥା ଜାଣନ୍ତୁ ।

ବିଶ୍ୱର ସବୁଠାରୁ ବଡ ପରିବାର । ଏହି ପରିବାରର ମୁଖିଆ ହେଉଛନ୍ତି ମୁସା ହସାଦଜୀ । ମୁସାଙ୍କର ୧୦ଜଣ ସ୍ତ୍ରୀ ଅଛନ୍ତି । ସେ ୯୮ଜଣ ସନ୍ତାନସନ୍ତତିଙ୍କର ବାପା, ତାଙ୍କର ନାତିନାତୁଣୀଙ୍କ ସଂଖ୍ୟା ହେଉଛି ୫୬୮ । ତାଙ୍କ ପରିବାର ଏତେ ବଡ ଯେ, ଘରର ସବୁ ଲୋକଙ୍କ ନାଁ ତାଙ୍କର ମନେନଥିବା କହିଛନ୍ତି ମୁସା ହସାଦଜୀ ।ବିଶ୍ୱର ଏହି ବଡ ପରିବାର ରହିଛି ଆଫ୍ରିକାର ଉଗାଣ୍ଡାରେ ।
ମୁସାଙ୍କ କହିବା କଥା ତାଙ୍କର ୧୦ଜଣ ସ୍ତ୍ରୀ ଗୋଟିଏ ଛାତତେଳେ ଏକାଠି ରୁହନ୍ତି । ୧୦ଜଣ ସ୍ତ୍ରୀଙ୍କ ମୋଟ ୯୮ଜଣ ପିଲାଥିବାବେଳେ ୫୬୮ଜଣ ନାତିନାତୁଣୀ ଅଛନ୍ତି । ବହୁ ବିବାହକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଛନ୍ତି ମୁସା । ତାଙ୍କ ପରିବାର ବିଶ୍ୱର ସବୁଠୁ ବଡ ପରିବାର ହୋଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି ।

ଯେତେବେଳେ ମୁସାଙ୍କୁ ମାତ୍ର୧୭ ବର୍ଷ ବୟସ ହୋଇଥିଲା ତାଙ୍କର ପ୍ରଥମ ସନ୍ତାନ ଜନ୍ମ ନେଇଥିଲା । ତାଙ୍କ ପ୍ରତମ ସ୍ତ୍ରୀ ନାଁ ହନିଫା ସହାଦଜୀ ହୋଇଥିବାବେଳେ ସବୁଠୁ ସାନ ସ୍ତ୍ରୀ ହେଉଛନ୍ତି କାକାଜୀ ଯିଏ ତାଙ୍କର ନାତି ନାତୁଣୀଙ୍କ ଠାରୁ ବି ସାନ ବୟସର ।

ଉଗାଣ୍ଡାରେ କନ୍ୟା ପକ୍ଷକୁ ଯୌତୁକ ଦେଇ ବିବାହ କରିବାର ପରମ୍ପରା ଥିବାବେଳେ ମୁସା ସମସ୍ତ ସ୍ତ୍ରୀଙ୍କୁ ଯୌତୁକ ଦେଇ ବିବାହ କରଇଥିଲେ । ଯୌତୁକରେ ସେ ଗାଈ ଓ ଛେଳି ଯୌତୁକ ଦେଉଥିଲେ । ଗୋଟିଏ ସମୟରେ ମୁସାଙ୍କୁ ପରିବାର ଚଳାଇବାକୁ ଆର୍ଥିକ ସଙ୍କଟ ଭୋଗିବାକୁ ପଡିଥିôବାବେଳେ ପରେ ତାଙ୍କର କଠିନ ପରିଶ୍ରମ ଏଥିରୁ ମୁକ୍ତି ଦେଇଥିଲା । ଫଳରେ ଏବେ ତାଙ୍କର ବଡ ପରିବାର ସୁରୁଖୁରୁରେ ଚାଲିଛି । ସବୁଠୁ ବଡ କଥା ହେଲା ମୁସା ସବୁ ପତ୍ନୀଙ୍କର ସମାନ ଭାବରେ ଧ୍ୟାନ ରଖନ୍ତି । ମୁସାଙ୍କର ବାଜରା ବ୍ୟବସାୟ ଥିବାବେଳେ , ସେ ଗାଈ ଓ ଛେଳି ପାଳନ କରନ୍ତି । ଏହାସହ ତାଙ୍କର ମଟନ ଓ ଚିକେନ୍ ବ୍ୟବସାୟ ମଧ୍ୟ ରହିଛି । ତାଙ୍କର ଏହି ପରିବାର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ସାେଉଁଟିଛି ।