କନକ ବ୍ୟୁରୋ : କିଏ ଜାଣିଥିଲା, ଦୁଆର ମୁହଁରେ କାଳ ହୋଇ ଯମ ଜଗିଛି । ରାତିରେ ଶୋଇ ସକାଳେ ଉଠିବା ପରେ କବାଟ ଖୋଲିବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ଦମ୍ପତି । ଖଟରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛି ୫ ବର୍ଷର କଅଁଳ ଶିଶୁ । ଏହି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଜାମୁକୁଣ୍ଡିଆ ଗାଁରେ ।

Advertisment

ସୂଚନା ଅନୁସାରେ ଜାମୁକୁଣ୍ଡିଆ ଗାଁର ମାନ୍ଦୁରୁ ମୁଣ୍ଡା ଓ ସ୍ତ୍ରୀ ରାଇମଣି ମୁଣ୍ଡା ରାତିରେ ଶୋଇଥିଲେ । ସକାଳେ ଉଠିବା ପରେ ମାନ୍ଦୁରୁ ମୁଣ୍ଡା ଦୁଆର ମୁହଁ କବାଟ ଖୋଲିବାକୁ ଯାଇଥିଲେ । ହେଲେ କବାଟରେ ବିଦ୍ୟୁତ ତାର ଲାଗିଯାଇଥିବାରୁ କବାଟକୁ ଧରିବା ମାତ୍ରେ ଛଟପଟ ହୋଇଥିଲେ । ଏହା ଦେଖି ରାଇମଣୀ ସ୍ୱାମୀକୁ ଛଡାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଗଲେ । ଘଟଣାସ୍ଥଳରେ ସ୍ୱାୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା । ସୌଭଗ୍ୟକୁ ବଞ୍ଚି ଯାଇଛି କଅଁଳ ଶିଶୁ । ଜୀବନ କଣ, ମାଆ-ବାପା କଣ ଜାଣିବା, ବୁଝିବା ଆଗରୁ ସେ ବାପା-ମାଆ ଛେଉଣ୍ଡ ହୋଇଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।