ଅମୃତସର ରେଳ ଦୁର୍ଘଟଣା ! ରାବଣ ଭୂମିକାରେ ଅଭିନୟ କରୁଥିବା ‘ରାବଣ’ର ମୃତ୍ୟୁ, ବାପ ଛେଉଣ୍ଡ ହେଲା ୮ ମାସର ଛୁଆ ।

106

କନକ ବ୍ୟୁରୋ: ଗତକାଲି ଅମୃତସର ରାବଣପୋଡ଼ି ବେଳେ ଯେଉଁ ରେଳ ଦୁର୍ଘଟଣା ଘଟିଲା ତାହା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ସେଠାରେ ରାବଣପୋଡ଼ିର ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିଲେ ହେଲେ ଆଖି ପିଛୁଳାରେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ଚାଲିଗଲା ୬୦ ଜୀବନ । ସବୁଠାରୁ ବଡ଼ କଥା ହେଲା ଏହି ରେଳ ଦୁର୍ଘଟଣାରେ ରାବଣର ବି ମୃତ୍ୟୁ ହୋଇଛି । ତେବେ ଏଠି କହି ରଖୁଛୁ ମୃତ୍ୟୁ ହୋଇଥିବା ରାବଣ କୌଣସି ସତ ରାବଣ ନୁହଁନ୍ତି ବଂର ସେ ହେଉଛନ୍ତି ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିବା ଦଲବୀର ସିଂହ ।

ରାବଣ ଭୂମିକାରେ ଅଭିନୟ ଜୀବନର ଶେଷ ଅଭିନୟ ପାଲଟିଲା । ଦଲବୀର ସିଂହ ଅମୃତସର ରାଳଲୀଳାରେ ରାବଣ ଭୂମିକାରେ ଅଭିନୟ କରିଥିଲେ । ରାବଣ ପୋଡ଼ି ସମୟରେ ସେହି ରେଳ ପଟ୍ରି ଉପରେ ଛିଡ଼ା ହୋଇ ରାବଣ ଦହନ ଦେଖୁଥିଲେ । ହଠାତ୍ କାଳରୂପୀ ଜମ ସାଜି କୁଆଡୁ ଆସିଲା ଟ୍ରେନ୍ ଆଉ ସାଥିରେ ନେଇଗଲା ୬୦ ଜୀବନ । ସୁଚନା ମୁତାବକ ଦଲବୀର ସିଂହଙ୍କ ଘରେ ତାଙ୍କ ମା’ ସ୍ତ୍ରୀ ଓ ୮ ମାସର ଶିଶୁ ଅଛନ୍ତି । ଏବେ ଦଲବୀରଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ଆଉ ଉଭୟ ମା’ ଓ ସ୍ତ୍ରୀ ର ଆଖିରୁ ଲୁହ ଶୁଖୁନି ।

ତେବେ ମୃତ ଦଲବୀର ମା’ଙ୍କ କହିବା କଥା ମୋ ବୋହୁ ବିଧବା ହୋଇଗଲା । ଆଉ ପରିବାର ଚଳାଉଥିଲା ଦଲବୀର । ଏବେ ସେ ଚାଲିଗଲା ଆମେ ବଞ୍ଚିବୁ କେମିତି ? ସାଥିରେ ୮ ମାସର ଛୋଟ ଛୁଆଟି ତେଣୁ ସରକାରଙ୍କୁ ଅନୁରୋଧ ଯେ ମୋ ବୋହୁକୁ ତୁରନ୍ତ ସରକାରୀ ଚାକିରୀଟିଏ ପ୍ରଦାନ କରନ୍ତୁ । ଯାହାଦ୍ୱାରା ଆମ୍ଭ ମାନଙ୍କ ସହ ଆମ କୁନି ପିଲାର ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ।