ଉଦ୍ଧାର ହେଲେ ସମ୍ବଲପୁର ମହାନଦୀରୁ ଡେଇଁପଡିଥିବା ବ୍ୟକ୍ତି ; ଗତକାଲି ରାତିରେ ନଦୀକୁ ଡେଇଁପଡିଥିଲେ

Advertisment
ଉଦ୍ଧାର ହେଲେ ସମ୍ବଲପୁର ମହାନଦୀରୁ ଡେଇଁପଡିଥିବା ବ୍ୟକ୍ତି ; ଗତକାଲି ରାତିରେ ନଦୀକୁ ଡେଇଁପଡିଥିଲେ

କନକ ବ୍ୟୁରୋ: ଉଦ୍ଧାର ହେଲେ ସମ୍ବଲପୁରରେ ମହାନଦୀକୁ ଡେଇଁପଡିଥିବା ବ୍ୟକ୍ତି । ଜୀବନ ହାରିବାକୁ ଭରା ମହାନଦୀକୁ ଡେଇଁପଡିଥିଲେ, ହେଲେ ନଈ ପାଣିରେ ଭାସି ଆସି ବୁଦାମୂଳରେ ଲାଗିଲେ। ଗତକାଲି ରାତିରେ ସମ୍ବଲପୁର ମହାନଦୀର ଚାଉଁରପୁର ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବିଭାଗ।

ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ପୋଲରୁ ଡେଇଁ ପଡିଥିଲେ ବ୍ୟକ୍ତି ଜଣଙ୍କ। ରାତି ଅଧିକ ହୋଇଥିବାରୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା। ହେଲେ ରାତି ପ୍ରାୟ ଗୋଟାଏ ବେଳେ ବ୍ୟକ୍ତିଜଣଙ୍କ ଭାସି ଭାସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗିଥିଲେ। ସ୍ଥାନୀୟ ଲୋକେ ବ୍ୟକ୍ତି ଜଣଙ୍କର ପାଟି ଶୁଣି ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି ବୋଲି ଜଣାପଡିଛି । ମଦ ପାଇଁ ଘରେ ସବୁବେଳେ କଳହ ହେଉଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe