ଦିଲ୍ଲୀରେ ଥମୁନି ସିଏଏ ଅସନ୍ତୋଷ। ଜାମିଆରେ ବିରୋଧ ପ୍ରଦର୍ଶନ ବେଳେ ଗୁଳି ଚଳାଇଲେ ଅଜଣା ବ୍ୟକ୍ତି, ଜଣେ ଆହତ। ଗୁଳିଚାଳନା କରିଥିବା ଯୁବକଙ୍କୁ ଗିରଫ କଲା ପୁଲିସ

228

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ସିଏଏ ବିରୋଧୀ ବିରୋଧୀ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ । ଆଜି ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ବିରୋଧ ପ୍ରଦର୍ଶନ ବେଳେ ଜଣେ ଅଜଣା ବ୍ୟକ୍ତି ଖୁଲମାଖୁଲା ଗୁଳି ଚଳାଇଛି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି ।

ଖବର ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ବାହାରରୁ ଆସିଥିଲା । ଗୁଳି ଚଳାଇଥିବା ବ୍ୟକ୍ତି କହୁଥିଲା, ଦିଲ୍ଲୀ ପୋଲିସ ଜିନ୍ଦାବାଦ, ଜାମିଆ ମୁର୍ଦ୍ଦାବାଦ । ସିଏଏ ବିରୋଧରେ ଜାମିଆରୁ ରାଜଘାଟ ଯାଏଁ ରାଲି ବାହାରୁଥିବାବେଳେ ଏଭଳି ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡ ପରେ ବି ରାଲି ବାହାରିଥିଲା । ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସଂପୃକ୍ତ ବ୍ୟକ୍ତିଙ୍କଠାରୁ ପିସ୍ତଲ ଜବତ ହୋଇଛି । ପୋଲିସର ଘଟଣାର ତଦନ୍ତ କରୁଛି । ସଂପୃକ୍ତ ବ୍ୟକ୍ତି ଗୁଳି ଚଳାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେ ପିସ୍ତଲ ବାହାର କରି ଗୁଳି ଚଳାଇବାର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି ।

ତେବେ ବଡ କଥା ହେଲା କି, ଏହି ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଛି । ଆକ୍ରମଣକାରୀ ଯୁବକ ନିଜର ନାଁ ଗୋପାଳ ଓ ସେ ଜଣେ ରାମଭକ୍ତ ବୋଲି ଦାବି କରିଛି । ଆହତ ହୋଇଥିବା ଛାତ୍ର ସାଦାବ ଓ ସେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି । ସବୁଠାରୁ ବଡ କଥା ହେଲା, ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି । ବଡ ପ୍ରଶ୍ନ ହେଉଛି, କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଯୁବକ ଗୁଳି ଚଳାଇବାକୁ ସାହାସ କଲା କିଭଳି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁଳି ଚଳାଇବାବେଳେ ପୋଲିସ ଦେଖୁଥିଲେ ବି କିଛି କରିନଥିଲା । ପ୍ରଦର୍ଶନକାରୀ ଆଗକୁ ବଢିଥିବାବେଳେ ପୋଲିସ ଚୁପ ହୋଇ ଠିଆ ହୋଇଥିଲା ।