ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ଯେଉଁଠି ବର ବେକରେ କନିଆଁ ପିନ୍ଧାଉଛି ମଙ୍ଗଳସୂତ୍ର । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

337

କନକ ବ୍ୟୁରୋ: ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ସାଧାରଣତଃ ବିବାହରେ ବର କନିଆଁକୁ ମଙ୍ଗଳ ସୂତ୍ର ପିନ୍ଧାଇଥାଏ । ଆଉ ଏହି ମଙ୍ଗଳସୂତ୍ର ହିଁ ବିବାହର ପ୍ରତୀକ କୁହାଯାଏ । ହେଲେ ଏଠାରେ ଘଟଣା ଓଲଟା ଘଟିଛି । ଯେଉଁଠି କନିଆଁ ବେକରେ ବର ମଙ୍ଗଳସୂତ୍ର ଦେବା କଥା ସେଠି ବର ବେକରେ କନିଆଁ ମଙ୍ଗଳସୂତ୍ର ଦେଇଛି । ହଁ ଆଜ୍ଞା ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଏହି ଘଟଣା ହିନ୍ଦୁ ପରମ୍ପରାରେ ଏକଦମ ବିରଳ । କାରଣ ହିନ୍ଦୁ ପରମ୍ପରାରେ ବିବାହରେ ଏପରି ରୀତିନୀତି ନଥାଏ । ତେବେ ଏହି ବିବାହରେ କାହିଁକି ଏପରି କରାଯାଉଛି ।

ମହାରାଷ୍ଟ୍ର ପୁନେର ନିବାସୀ ସାର୍ଦ୍ଦୁଲ କଦମ । ଲିଙ୍ଗଗତ ସମାନତାକୁ ସମ୍ମାନ ଦେବାକୁ ଯାଇ ଏପରି ବିବାହ କରିଛନ୍ତି । ନିଜ ବିବାହ ସମୟରେ ସ୍ତ୍ରୀକୁ ମଙ୍ଗଳସୂତ୍ର ପିନ୍ଧାଇବା ବଦଳରେ ନିଜେ ପିନ୍ଧିଛନ୍ତି ମଙ୍ଗଳସୂତ୍ର । ଏପରି କାମ ଯୋଗୁଁ ଏବେ ଚର୍ଚ୍ଚାରେ ରହିଛନ୍ତି ସାର୍ଦ୍ଦୁଲ । ସାର୍ଦ୍ଦୁଲଙ୍କ ଏଭଳି ନିଷ୍ପତ୍ତି ପାଇଁ ତାଙ୍କ ପରିବାରଙ୍କଠାରୁ ଆରମ୍ଭ କରି ନିଜ ନିବବିବାହିତ ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଶାର୍ଦ୍ଦୁଲଙ୍କ ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ଅନେକ ଲୋକ ସମାଲୋଚନା କରିଥିଲେ । ହେଲେ ଏଭଳି ସମାଲୋଚନା ପରେ ବି ନିଜ ନିଷ୍ପତ୍ତି ବଦଳାଇ ନଥିଲେ ଶାର୍ଦ୍ଦୁଲ । ଆଉ ଲୋକଙ୍କୁ ଜବାବ ଦେବାକୁ ଯାଇ କହିଥିଲେ, ଆମେ ଦୁହେଁ ଉଭୟଙ୍କୁ ସମର୍ଥନ କରୁ, ଦୁହେଁ ଦୁହିଁଙ୍କ ସ୍ୱପ୍ନକୁ ବିଶ୍ୱାସ କରୁ, ଆଉ ଏକା ସାଙ୍ଗରେ ଗୋଟିଏ ରାସ୍ତାରେ ଅଛୁ, ଆମକୁ କିଛି ଫରକ ପଡୁନି ଏ ଦୁନିଆ କଣ ଭାବୁଛି ।

ଏକ ସାକ୍ଷାତକାରରେ ସାର୍ଦ୍ଦୁଲ ନିଜ ପ୍ରେମ କାହାଣୀ ବିଷୟରେ ଜଣାଇଥିଲେ । କିପରି ସେ ନିଜ ପତ୍ନୀ ତନୁଜା ପାଟିଲଙ୍କୁ ପ୍ରଥମ ଥର ଦେଖିଥିଲେ । ସାର୍ଦ୍ଦୁଲ ଓ ତନୁଜା ଗୋଟିଏ କଲେଜରେ ପଢୁଥିଲେ । ଆଉ ପରସ୍ପରକୁ ଜାଣିଥିଲେ । ହେଲେ ଏତେଟା କଥାବାର୍ତ୍ତା ନଥିଲା । ହେଲେ ଦଇବର କିନ୍ତୁ ତାଙ୍କୁ ଜୀବନ ପଥରେ ପୁଣି ଭେଟ କରାଇ ଦେଇଥିଲା ଆଉ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ । ଆଉ ଏହି ପ୍ରେମ ଏବେ ବିବାହର ରୂପ ନେଇଛି । ସାର୍ଦ୍ଦୁଲ ଓ ତନୁଜା ପରସ୍ପରକୁ ସାତ ଜନ୍ମର ସାଥି ରୂପେ ଗ୍ରହଣ କରିସାରିଛନ୍ତି ।