ଯେତେବେଳେ କୌଣସି ରୋଗୀଙ୍କ ଅପରେସନ ଚାଲୁଥାଏ, ତେବେ ତାଙ୍କ ପରିଜନ ବାହରେ ବସି ପ୍ରାର୍ଥନା କିମ୍ବା ଧାର୍ମିକ ଜାପ କରନ୍ତି । କିନ୍ତୁ ଏଠି ନିଜେ ରୋଗୀ ହିଁ ଅପରେସନ ସମୟରେ ୩ ଘଣ୍ଟା ପର୍ଯ୍ୟନ୍ତ କୁରାନ୍ ପଢୁଥିଲେ । ଏହି ମାମଲାଟି ଅଜମେରର । ଯେଉଁଠି ଏକ ବେସରକାରୀ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କ ବ୍ରେନ ଟ୍ୟୁମରର ସର୍ଜରୀ ହେବାର ଥିଲା ।
ଅଜମେରର ଅବଦୁଲ୍ ନାମକ ଜଣେ ବ୍ୟକ୍ତିଙ୍କ ବ୍ରେନ୍ ଟ୍ୟୁମର ହୋଇଥିଲା ଏଥିପାଇଁ ତାଙ୍କୁ ଭଲଭାବରେ ଶୁଣା ବି ଯାଉନଥିଲା । ଏହି ସମୟରେ ଡାକ୍ତର ତାଙ୍କୁ ସର୍ଜରୀ କରିବା ପାଇଁ ପରାମର୍ଶ ଦେଲେ ଏବଂ ରୋଗୀକୁ ଅଚେତ ମଧ୍ୟ କଲେ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀଜଣକ ଅପରେସନ୍ ସମୟରେ କୁରାନ୍ ପଢିବାକୁ ଲାଗିଥିଲେ । ତେବେ ୩ ଘଣ୍ଟାର ସମୟ ଭିତରେ ଡାକ୍ତର ଏହି ସର୍ଜରୀକୁ ସଫଳତା ରୁପେ କରିସାରିଥିବା ବେଳେ ରୋଗୀଙ୍କ ଅପରେସନ୍ ମଧ୍ୟରେ କୁରାନ୍ ପଢିବା ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଘଟଣା ପ୍ରଥମ ଥର ଘଟିନାହିଁ ଏହା ପୂର୍ବରୁ ରାଜସ୍ଥାନରେ ୩୦ବର୍ଷୀୟ ଆକାଉଣ୍ଟାଣ୍ଟଙ୍କ ବ୍ରେନ ସର୍ଜରୀ ହୋଇଥିଲା । ରୋଗୀଜଣକ ସବୁବେଳେ ହନୁମାନ ଚାଳିଶା ପଢ଼ି ଚାଲିଥିଲେ । ରୋଗୀଙ୍କୁ ମିର୍ଗି ର ସମସ୍ୟା ରହିଥିଲା । ସେଥିପାଇଁ ତାଙ୍କ ଅପରେସନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/Capture-15.jpg)
/kanak/media/post_attachments/wp-content/uploads/2019/02/MMM-300x191.jpg)