କନକ ବ୍ୟୁରୋ: ପ୍ରଥମେ ପ୍ରେମ ଆଉ ତା’ ପରେ ଲିଭ ଇନ୍ ରିଲେସନ୍ । ଆଉ ଶେଷରେ ଧୋକା ଦେଇ ଖସିଯିବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି । ହେଲେ ଚୋରାପ୍ରେମ ଧରାପଡିଗଲା । ଶେଷରେ ବାଧ୍ୟ ହାଇ ଏକାବେଳକେ ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି ବ୍ୟକ୍ତି ।
ମଧ୍ୟପ୍ରଦେଶ ଅଲିରାଜପୁରରେ ଘଟିଛି ଏପରି ଘଟଣା । ଏଠିକାର ସମରଥ ମୌର୍ଯ୍ୟ ନାମକ ଜଣେ ଯୁବକ ପୂର୍ବରୁ ୩ ଜଣ ପ୍ରେମିକାଙ୍କ ସହ ଲିଭ୍ ଇନରେ ଥିଲେ । ସମରଥ ୧୫ ବର୍ଷ ପୂର୍ବରୁ ଗରିବ ଥିଲେ । ତେଣୁ ସେମାନଙ୍କୁ ବିବାହ କରିପାରିନଥିଲେ ବୋଲି ସମରଥ କହିଛନ୍ତି । ଏହି ବିବାହ ଉତ୍ସବରେ ବହୁ ସ୍ଥାନୀୟ ଲୋକ ଯୋଗ ଦେଇଥିବା ବେଳେ ସମରଥ କହିଛନ୍ତି । ଏହି ବିବାହ ଉତ୍ସବରେ ବହୁ ସ୍ଥାନୀୟ ଲୋକ ଯୋଗ ଦେଇଥିବାବେଳେ ସମରଥ ଡ୍ୟାନ୍ସ କରିଥିଲେ । ତେବେ ୧୫ ବର୍ଷ ମଧ୍ୟରେ ସମରଥ ୩ଜଣ ଯୁବତୀଙ୍କ ପ୍ରେମରେ ପଡିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ପ୍ରେମିକାଙ୍କୁ ଘରକୁ ଆଣି ପତ୍ନୀ ଭାବେ ରଖିଥିଲେ ।
ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯେ ପର୍ଯ୍ୟନ୍ତ ବିଧି ବିଧାନ ଅନୁଯାୟୀ ବିବାହ ନକରିବେ, ସେ ପର୍ଯ୍ୟନ୍ତ ସେମାନେ କୌଣସି ସାମିଜିକ ମଙ୍ଗଳ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ । ଏଭଳି କିଛି ନିୟମ ଆଦିବାସୀ ମସମ୍ପ୍ରଦାୟର ଲୋକେ ମାନିବାକୁ ବାଧ୍ୟ । ତେଣୁ ପ୍ରେମିକାଙ୍କ ସହ ୧୫ ବର୍ଷ ରହିବା ଓ ୬ଟି ସନ୍ତାନର ଜନକ ହେବା ପରେ ସମରଥ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଭାରତୀୟ ସମ୍ବିଧାନର ୩୪୨ ଅନୁଚ୍ଛେଦ ଅନୁଯାୟୀ, ଜଣେ ଆଦିବାସୀ ଯୁବକ ଏକ ସଙ୍ଗେ ଏକାଧିକ ଯୁବତୀଙ୍କୁ ବିବାହ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/31-1.jpg)