କନକ ବ୍ୟୁରୋ: ଗୁଡି ସୂତାରେ ବେକକଟି ଯୁବକ ମୃତ । କଟକ ଜଗତପୁର ପୀରବଜାର ଅଞ୍ଚଳରେ ଅଘଟଣ । ବାଇକରେ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଲାଗିଗଲା ସୂତା । ଗୁଡି ସୂତା ଲାଗି ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜଗତପୁର ଥାନାରେ ଏତଲା ।
ତେବେ କଟକ ପୀରବଜାର ଅଞ୍ଚଳରେ ଗୁଡ଼ି ସୂତାରେ ବେକ କଟି ଭୈରୀପୁର ଅଞ୍ଚଳର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ଅପରାହ୍ନରେ ସ୍ବାମୀ ସ୍ତ୍ରୀ ବାଇକରେ ଯାଉଥିବା ସମୟରେ ହଠାତ୍ ଗାଡ଼ିରୁ ପଡ଼ିଯାଇଥିଲେ ସ୍ୱାମୀ । ଏହି ସମୟରେ ଗୁଡ଼ି ସୂତା ବେକରେ ଲାଗି ଯାଇଥିଲା । ବେକ କାଟିବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ମେଡିକାକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଗୁଡିସୂତା ଦୁର୍ଘଟଣାରେ ସବୁଠାରୁ ଦୁଃଖଦ ଦିଗଟି ହେଉଛି ସ୍ତ୍ରୀ ଆଗରେ ଆଖି ବୁଜିଦେଲା ସ୍ୱାମୀ । ସ୍ତ୍ରୀଙ୍କ ଖୁସି କରି କରି ଯାଉଥିବା ବେଳେ ସ୍ୱାମୀ ପରପାରିକୁ ଚାଲିଗଲେ । ଏମିତି ମୃତ୍ୟୁ ଆସିଲା ଯେ ଗୁଡି ସୂତା ସ୍ତ୍ରୀର ସିନ୍ଦୂର ପୋଛିଦେଲା । ଗତ ୬ ମାସ ହେବ ଦୁହିଁଙ୍କ ବିବାହ ହୋଇଥିବା ସୂଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/39-16.jpg)