କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜ ଗର୍ଭବତୀ ପତ୍ନୀଙ୍କୁ ଛାଡପତ୍ର ଦେବାପାଇଁ ବଡ ଷଡଯନ୍ତ୍ର ରଚିଛି । ଅଭିଯୁକ୍ତ ସ୍ୱାମୀ କୌଣସି ବାହାନାରେ ପତ୍ନୀଙ୍କୁ ଛାଡପତ୍ର ଦେବା ପାଇଁ ଚାହୁଁଥିଲେ । ଗର୍ଭବତୀ ଥିବା ଜାଣି ମଧ୍ୟ ସେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ମେଡିକାଲ ନେଇ କଥିତ ଭାବେ ଏଚଆଇଭି ସଂକ୍ରମିତ ଇଞ୍ଜେକସନ ଦେଇଥିଲେ । ଘଟଣାଟି ତାଟୋପପଲ୍ଲୀ ଅଞ୍ଚଳରେ ଘଟିଛି ।
ଅଭିଯୁକ୍ତ ସ୍ୱାମୀ ଷଡଯନ୍ତ୍ର ରଚି ପ୍ରଥମେ ନକଲି ଡାକ୍ତରଙ୍କ ସହ ପୂରା ପ୍ଲାନ ପ୍ରସ୍ତୁତ କରିଥିଲେ । ସ୍ୱାମୀ ଏବଂ ନକଲି ଡାକ୍ତର ମହିଳାଙ୍କୁ ଗର୍ଭାବସ୍ଥାରେ ଠିକ୍ ସ୍ୱାସ୍ଥ୍ୟ ରହିବା ନେଇ ପ୍ରବର୍ତ୍ତାଇ ଇଞ୍ଜେକସନ ଦେଇଦେଇଥିଲେ । ପରେ ମହିଳା ଜାଣିପାରିଥିଲେ ଏଭଳି ଘଟଣା ଘଟିଛି ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଅନ୍ୟ ଏକ ଡାକ୍ତରଖାନାକୁ ଯାଇ ମହିଳା ଯେତେବେଳେ ନିଜର ପରୀକ୍ଷା କରାଇଥିଲେ ସେତେବେଳେ ସେ ଏଚଆଇଭି ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ । ତାଙ୍କ ସ୍ୱାମୀ ତାଙ୍କ ଠାରୁ ଛାଡପତ୍ର ନେବା ପାଇଁ ଏଭଳି କରିଥିବା ସେ କହିଛନ୍ତି । ପୂର୍ବରୁ ମଧ୍ୟ ସେ ଛାଡପତ୍ର ପାଇଁ ଚାହୁଁଥିଲେ । ତେବେ ପୀଡିତା ବର୍ତ୍ତମାନ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ତାଡେପଲ୍ଲୀ ପୋଲିସର କହିବା କଥା ଯେ ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଏମ ଚରଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୋଲିସ ତାଙ୍କୁ ଗିରଫ ମଧ୍ୟ କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/30-10.jpg)