କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ନକଲି ଏନଏସଜି କମାଣ୍ଡୋ । ଯାହାକୁ ନେଇ ତତ୍ପର ହୋଇଉଠିଛି ଗୁଇନ୍ଦା ବିଭାଗ । ୧୯ ଜାନୁଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ମୁମ୍ବାଇରେ ଥିଲେ । ମୁମ୍ବାଇ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଏକ ସଭାରେ ମଧ୍ୟ ଯୋଗ ଦେଇଥିଲେ । ଆଉ ଏହି ସଭାରେ ଏନଏସଜି କମାଣ୍ଡୋଙ୍କ ନକଲି ଆଇଡି କାର୍ଡ ଦେଖାଇ ସଭା ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଧରିଥିଲେ ସୁରକ୍ଷାକର୍ମୀ । ପରେ ତାଙ୍କୁ ପଚରାଉଚରା ପାଇଁ ଥାନାକୁ ନିଆଯାଇ ଗିରଫ କରାଯାଇଛି ।

Advertisment

ବାନ୍ଦ୍ରା ପୋଲିସର କହିବା ଅନୁଯାୟୀ, ମୋଦିଙ୍କ ସଭା ଭିତରକୁ ନକଲି ଆଇଡି କାର୍ଡ ଦେଖାଇ ପ୍ରବେଶ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାମେଶ୍ୱର ମିଶ୍ରା । ନାଭି ମୁମ୍ବାଇରେ ରହୁଥିବା ରାମେଶ୍ୱର ନିଜକୁ ଏନଏସଜିରେ କାର୍ଯ୍ୟ କରୁଥିବା ଦର୍ଶାଇ ଭିଭିଆଇପି ସେକ୍ସନକୁ ପଶିବାକୁ ଚେଷ୍ଟା କରୁଥିଲେ । ଏପରିକି ଏନଏସଜିର ଏକ ଆଇଡି କାର୍ଡ ମଧ୍ୟ ଦେଖାଇଥିଲେ । ଯାହା ୨୦୨୫ ଯାଏଁ ବୈଧ ଥିଲା । କିନ୍ତୁ ଉକ୍ତ ଆଇଡି କାର୍ଡ ବାବଦରେ ଯାଞ୍ଚ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ବାସ୍ତବରେ ଏହି କାର୍ଡ ନକଲି ଥିଲା । ଏପରିକି ତାଙ୍କ କାର୍ଡରେ ଦିଲ୍ଲୀ ପୋଲିସ ବାବଦରେ ଉଲ୍ଲେଖ ଥିବାରୁ ଏହା ଯାଞ୍ଚ ଏଜେନ୍ସିଙ୍କର ସନ୍ଦେହକୁ ବଢାଇଥିଲା ।

ଅନ୍ୟପଟେ ରାମେଶ୍ୱରଙ୍କ କହିବା ଅନୁଯାୟୀ, ସଭାସ୍ଥଳରେ ଥିବା ରାଜେନ÷ତିକ ବ୍ୟକ୍ତିଙ୍କ ସହ ସାଙ୍ଗମାନଙ୍କର ଏକ ମିଟିଂ ଫାଇନାଲ କରିବାକୁ ଏନଏସଜି କାର୍ଡର ବ୍ୟବହାର କରିଥିଲେ । ଯାହାଦ୍ୱାରା ତାଙ୍କୁ ବିନା ବାଧାରେ ସଭାସ୍ଥଳକୁ ପଶିବାକୁ ଅନୁମତି ମିଳିଯିବ । ତେବେ ଏନେଇ ରାମେଶ୍ୱରଙ୍କ ପରିବାର ସହ ଯାଞ୍ଚ ଏଜେନ୍ସି ପକ୍ଷରୁ କଥା ହେବା ପରେ ଜଣାପଡିଥିଲା ଯେ, ରାମେଶ୍ୱର ଗାର୍ଡ ରେଞ୍ଜର ଅଛନ୍ତି । ତେବେ ଭାରତୀୟ ସେନାରେ ସେ କାର୍ଯ୍ୟରତ କି ନାହିଁ ତାହାର ଯାଞ୍ଚ ଚାଲିଛି । ତେବେ ଏଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ସଭାରେ ପ୍ରବେଶ କରିବାକୁ ନେଇ ମୋଦିଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।