କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୁଲିସ । ଫଳରେ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ଯୁବକ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାବେଳେ କୋଲକାତା ପୁଲିସ ଯୁବକଙ୍କୁ ଗିରଫ କରିଛି । ଯୁବକର ନାମ ନୁର ଆଲାମ ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି । ଯୁବକ ଜଣକ ବାସଭବନ ନିକଟକୁ ଆସିବା ପାଇଁ ବ୍ୟବହାର କରିଥିବା ଗାଡ଼ିରେ ପୁଲିସ ଗାଡ଼ିର ଷ୍ଟିକର ଲଗାଇଥିବା ଜଣାପଡ଼ିଛି । ତେଣୁ ଏହି ଗାଡ଼ିକୁ ସନ୍ଦେହ କରାଯାଇନଥିଲା । ଘଟଣାରେ ଯୁବକ ଜଣକୁ ପୁଲିସ ଗିରଫ କରିବା ସହ ଛୁରୀ, ବନ୍ଧୁକ ଓ ବିଭିନ୍ନ ଏଜେନ୍ସିର ଆଇକାର୍ଡ଼ ଜବତ କରାଯାଇଛି । କାହିଁକି ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ସେନେଇ ତଦନ୍ତ କରୁଛି ପୁଲିସ । ଏହି ଘଟଣା ପରେ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।

Advertisment