ମିଠା ଆଗରେ ଫିକା ପଡିଲେ ବାପା ! ଗୋଟିଏ ମିଠା ପାଇଁ ବୃଦ୍ଧ ବାପକୁ ଚାପୁଡା ମାରିଲା ପୁଅ । ଦେଖନ୍ତୁ ଭିଡିଓ
ମିଠା ପାଇଁ ବାପକୁ ଚାପୁଡା ମାରିଲା ପୁଅ ।
ବିନା ଅନୁମତିରେ ରୋଷେଇ ଘରେ ରଖାଯାଇଥିବା ମିଠା ନେଇଥିବା କାରଣରୁ ଜଣେ ପୁଅ ତା’ର ବାପାଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟର ଭିଡିଓ ଏବେ ଭାଇରାଲ୍ ହୋଇଛି। ଘଟନାଟି ଘଟିଛି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ। ଭିଡିଓ ଭାଇରାଲ୍ ହେବା ପରେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି ବୋଲି ବୁଧବାର ଦିନ ପୁଲିସ କହିଛି। ଅଶୋକ ନଗର ଥାନାର ଜଣେ ପୁଲିସ ଅଧିକାରୀ କହିଛନ୍ତି: ଭିଡିଓ ଭାଇରାଲ୍ ହେବା ପରେ ଆମେ ଜଣିବାକୁ ପାଇଲୁ ଯେ ମ୍ୟୁନିସ୍ପାଲିଟି ଅଫିସ୍ରେ କାର୍ୟ୍ୟ କରୁଥିବା ୪୦ ବର୍ଷିୟ ପ୍ରଦୀପ ବିଶ୍ୱାସ ତାଙ୍କ ୮୦ ବର୍ଷିୟ ବାପାଙ୍କୁ ମାଡ଼ ଦେଇଛନ୍ତି।
The Man Beating The Old Man Is Said To Be Pradeep Biswas,From North 24Pargana,Bengal And The Old Man Beaten Is His Father And His Wife Instead Of Stopping Him Looking The Scene.
This Is How Low We Have Stooped.
Beating Own Old Father Who Raised You Is Beyond Imagination.
Shame. pic.twitter.com/00vOpvvi1h— ☬ SINGH ਸਿੰਘ ☬ 🇮🇳 (@HatindersinghR) October 25, 2018
ବିଧିବଦ୍ଧ ଅଭିଯୋଗ ହେବା ପରେ ଆଜି ଜଣେ ପଡ଼ୋଶୀ ଉତ୍ତୋଳନ କରିଥିବା ସେ ଭିଡିଓରେ ଦେଖାଯାଉଛି : ପାମ୍ପୁଡ଼ା ବୁଢ଼ା ଜଣେ ନିଃସହାୟ ଭାବେ ପ୍ରଦୀପଙ୍କ ପ୍ରଶ୍ନର ଜବାବ ଦେଉଥିବା ବେଳେ ସେ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି। ପ୍ରଦୀପଙ୍କ ପତ୍ନୀ ତାଙ୍କୁ ନ ଅଟକାଇ ପାଖରେ ଛିଡ଼ା ହୋଇ ଦେଖୁଛନ୍ତି।
ତାଙ୍କର ଅପରାଧ: କାହାକୁ ନ ଜଣାଇ ସେ ରୋଷେଇ ଘରେ ଥୁଆ ହୋଇଥିବା ମିଠା ନେଇ ମଧୁମେହ ଆକ୍ରାନ୍ତ ପ୍ରଦୀପଙ୍କ ମାଆକୁ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/rrrr.jpg)